ଧାମନଗର ଉପନିର୍ବାଚନରେ ଧର୍ମର ବିଜୟ ହୋଇଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ଧର୍ମର ଜୟ ତଥା ଧାମନଗରର ବିଜୟ ହୋଇଛି। ଗଣତନ୍ତ୍ରର ବିଜୟ ହୋଇଛି। ଏହି ବିଜୟ, ଧାମନଗରର ମାତୃଶକ୍ତି, ଯୁବଶକ୍ତିର ବିଜୟ। ସ୍ୱର୍ଗୀୟ ବିଷ୍ଣୁ ଭାଇଙ୍କ ପ୍ରତି ଅଞ୍ଚଳବାସୀଙ୍କର ଥିବା ଭଲ ପାଇବାର ବିଜୟ । ଓଡ଼ିଆ ସ୍ୱାଭିମାନର ବିଜୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରୁ ଜନସାଧାରଣଙ୍କ ଭଲ ପାଇବା ଓ ଆମ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ସାର୍ଥକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଆମ ଦଳକୁ ବିଜୟୀ କରିଥିବା ଧାମନଗରବାସୀଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି । ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ସାଉଁଟି ରଖିଥିବା ମାଟି । ଏହି ଅଞ୍ଚଳର ସ୍ୱାଭିମାନୀ ଧାମନଗରବାସୀ ସର୍ବଦା ଯୋଗ୍ୟ ପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି। ସୂରଜଙ୍କ ପରି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବାରୁ ମୁଁ ଧାମନଗରବାସୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ଉପନିର୍ବାଚନରେ ବିଜୟୀ ହୋଇଥିବା ଆମ ଦଳର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଜଣାଉଛି ।

ଧାମନଗର ଉପନିର୍ବାଚନରେ ସୂର୍ଯ୍ୟବଂଶୀଙ୍କର ବିଜୟ ହାସଲ ହେବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଛନ୍ତି। ଏହି ଅବସରରେ ଦଳୀୟ କର୍ମୀଙ୍କ ସୁଅ ଛୁଟିଛି। ଉପନିର୍ବାଚନର ବିଜୟ ଏକ ଉତ୍ସବରେ ପରିଣତ ହୋଇଛି।

nis-ad
Leave A Reply

Your email address will not be published.