ଧାମନଗର ଫଳାଫଳ ପରେ ଛତ୍ରପୁରରେ ଦଳୀୟ ନେତା ଓ କର୍ମୀ ମାନେ ବାଣ ଫୁଟାଇ ମିଷ୍ଠାନ ବାଣ୍ଟି ବିଜୟୀ ଉତ୍ସବ ପାଳନ କଲେ

ଛତ୍ରପୁର : ଧାମନଗର ଉପ ନିର୍ବାଚନରେ ବିଜେପି ବଡ଼ ଧରଣ ର ବିଜୟୀ ହାସଲ କରିଥିବା ନେଇ ରବିବାର ଛତ୍ରପୁର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି l ସ୍ଥାନୀୟ ଚଣ୍ଡୀ ଛକ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ତଥା ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ପ୍ରଶାନ୍ତ କୁମାର କର ଙ୍କ ନେତୃତ୍ୱ ରେ ଦଳୀୟ ନେତା ଓ କର୍ମୀ ମାନେ ବାଣ ଫୁଟାଇ, ହାତରେ ଦଳୀୟ ପତାକା ଧରି ବିଜୟୀ ଉତ୍ସବ ପାଳନ କରିବା ସହ ସମସ୍ତଙ୍କୁ ମିଷ୍ଠାନ ବାଣ୍ଟି ଥିଲେ l ଏଥିରେ ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଜିଲ୍ଲା ବିଜେପି ଲିଗାଲ ସେଲ ର ଆବାହକ ପ୍ରଦୀପ କୁମାର ପାଢ଼ୀ, ଯୁବ ନେତା ବି. ଶଙ୍କର ରେଡ୍ଡୀ, ଏନ. ଦିନବନ୍ଧୁ, କେ. ରଘୁନାଥ ରେଡ୍ଡୀ, ଡ଼ି. ସୁରେଶ ରେଡ୍ଡୀ, ପି. ତ୍ରିପତି ରାଓ,ବିଜୟ ମୁଦୁଲି,କାଉନସିଲର ଅମରେଶ କୁମାର ମହାରଣା ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.