କୋହଲା ନୃତ୍ୟ ପରିବେଷଣ କରି ସୀମାଂଚଳମ୍ ପୀଠ ଯାତ୍ରା

ଛତ୍ରପୁର : ବିଶ୍ୱ ଶାନ୍ତି ,କଳାକାରଙ୍କ ମହାଯଜ୍ଞ ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦୀ) ର ସଭାପତି ତଥା ଜୟଦେବ ପୁରଷ୍କାର ପ୍ରାପ୍ତ ବଡଦାସୁଡୁ ନୃତ୍ୟ ଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କ ନେତୃତ୍ୱରେ ପ୍ରାୟ ୩୦୦ ଦାସୁଡୁ ଭକ୍ତ ମାନେ ଗତ ତିନିଦିନ ଧରି ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ସିମାଂଚଳମ୍ ପୀଠ କୁ ଯାତ୍ରା କରିଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସରେ ପାରମ୍ପରିକ ରିତିନୀତି ଅନୁଯାୟୀ ସେବା କରିବା ପାଇଁ ସ୍ୱାମିନୀ ପୁଷ୍କରିଣୀ ଗଙ୍ଗାମାତାଙ୍କ ଠାରୁ କୋହଲା ଜାଳି ନୃତ୍ୟ ଗୀତ କରି, ତାଳ ମୃଦଙ୍ଗ, ବେରି ତୂଳି ଓ ଶଙ୍ଖ ବାଦନ କରି ଗୋପାଳ ପାଟ୍ଟଣାମ୍ ରେ ସେବା ପ୍ରଦାନ କରିକି ୯୯୯ ପାହାଚ ଚଢି ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ପୀଠରେ ପହଂଚିଥିଲେ । ସେମାନେ ଯାତ୍ରା କଲାବେଳେ ପର୍ବତ ଶୀଖରରେ ଥିବା ମାଳ ଧାରଣା ଗୁରୁ ଶ୍ରୀ ଶ୍ରୀ ରାଜୁ ସ୍ୱାମୀ ସେମାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ ।

nis-ad
Leave A Reply

Your email address will not be published.