ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ଲୋକଙ୍କ ନିକଟରେ ପହଁଚି ପାରୁଛି…

ଫୁଲବାଣୀ :-ଜାତୀୟ ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦୌରାଜଜ୍ ଶିତିକଣ୍ଠ ସାମଲ ଯୋଗଦେଇ ନିଜର ମନ୍ତବ୍ଯରେ କହିଥିଲେ ଯେ ଲୋକ ମାନେ ଜମିଜୁମା ଏବଂ ଗଣ୍ଡଗୋଳ ସମୟରେ ନ୍ୟାୟାଳୟ ଯାଇ ନିଜର ସେବା ପାଉଥିଲେ କିନ୍ତୁ ବର୍ତ୍ତମାନ ଏହି ସେବାକୁ ସେମାନଙ୍କ ନିକଟରେ ସରକାର ପହଞ୍ଚାଇ ଦେଇଛନ୍ତି l ସେହି ସେବା ବିଷୟରେ ସେମାନେ ଅବଗତ ହୋଇ ସେମାନେ ନିଜର ଅଧିକାର ପାଇବା ପାଇଁ ଚେଷ୍ଟା କରିବାର ଆବଶ୍ୟକତା ରହିଛି l ଅନ୍ୟତମ ଅତିଥି କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ନିଜ ବକ୍ତବ୍ୟରେ କହିଲେ ସରକାର ଜନ୍ମ୍ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାନ କରିଛନ୍ତି l ସେଗୁଡିକ ଗାଁ ଗହଳିରେ ଲୋକ ମାନଙ୍କ ନିକଟରେ ପହଞ୍ଚାଇ ତାହାର ସୁଫଳ ସେମାନେ ପାଇ ପାରିଲେ ସେମାନଙ୍କ ବିକାଶ ହୋଇ ପାରିବ l ବାର ଆସୋସିଏସନର ସଭାପତି ବିଜୟ କୁମାର ମହାନ୍ତି ଯୋଗଦେଇ ଆଇନ ବହୁତ ରହିଛି ଜନସାଧାରଣ ସେ ବିଷୟରେ ଜାଣି ପାରୁ ନାହାନ୍ତି l ଏହି ପ୍ରାଧୀକରଣ ସେମାନଙ୍କୁ ନାର୍ଯ୍ଯ ଅଧିକାର ପ୍ରଦାନ କରିବା ରେ ସହାୟକ ହେଉଅଛି l ବର୍ତ୍ତମାନ ଜିଲ୍ଲା ସ୍ତରରୁ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଏହି ସଂସ୍ଥାର କର୍ମ ପରିସର ରହିଛି l ଏହା ଦ୍ୱାରା ଗରିବ ଓ ଅବହେଳିତ ନିରକ୍ଷର ଜନତାଟିଏ ତାର ଅଧିକାର ପାଇବା ପାଇଁ ଚେଷ୍ଟା କରିବା ସହ ତାର ସୁଫଳ ପାଇପାରିବେ ବୋଲି କହିଥିଲେ l ଏଥି ସହିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସରକାରୀ ସଂସ୍ଥା ନିଜ ନିଜ ବିଭାଗ ତରଫରୁ ମିଳିଥିବା ସୁବିଧା ବିଷୟରେ ଅବଗତ କରାଇ ଥିଲେ l ଏହି ଶିବିର ମାଧ୍ୟମରେ ୧୪୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ
ବିଭାଗୀୟ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ସତୀକଣ୍ଠ ସାମଲ,ଏ ଡି ଜେ ଏଫ ଟି ଏସ ସି ଭାସ୍କର ଚନ୍ଦ୍ର ସାହୁ, ସ୍ଥାୟୀ ଲୋକ ଅଦାଲତ ର ଜର୍ଜ ସନ୍ତୋଷ କୁମାର ନାୟକ,ଏଡିଜେ ସ୍ଵତନ୍ତ୍ର ପୋସ୍କ ସଞ୍ଜିତ୍ କୁମାର ବେହେରା, ଏଡିଜେ ସ୍ମୃତି ଲେଖା ବାରିକ, ସିଜେଏମ ସୈକତ ପାତ୍ର ,ରେଜିଷ୍ଟର ସିଭିଲ କୋର୍ଟ ସି ଏ ଦେଶ ପ୍ରିୟ ବାରିକ, ଆଇନ ସେବା ପ୍ରାଧୀକରଣର ସମ୍ପାଦିକା ଅନୁଶିଳା ରାୟ,
ଏସଡ଼ିଜେଏମ ଅର୍ଜିତ ଦାଶ, ଜେଏମଏସସି ସୌମ୍ୟଶ୍ରୀ ମହାପାତ୍ର , ଉପ ଜିଲ୍ଲାପାଳ ଶେଷ ଦେବ ମିଶ୍ର, ଏବଂ ବାର ଆସୋସିଏସନର ସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ ଙ୍କ ସମେତ ଜିଲ୍ଲା ବାର ଆସୋସିଏସନ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏହି ଶିବିର ବାହାରେ ବିଭିନ୍ନ ବିଭାଗୀୟ ତରଫରୁ ଯଥା ଆଇଟିଡିଏ ଫୁଲବାଣୀ , ଡିଏସ ଡବ୍ଲ୍ୟୁ ଫୁଲବାଣୀ , ତହସିଲଦାର ଫୁଲବାଣୀ, ତହସିଲଦାର ଫିରିଙ୍ଗିଆ, ତହସିଲଦାର ଖଜୁରୀପଡା ଜିଲ୍ଲା ଶ୍ରମ ଅଧିକାରୀ ଫୁଲବାଣୀ, ଡି ଇ ଓ ଫୁଲବାଣୀ, ସି ଏସ ଡି ଫୁଲବାଣୀ, ଡିସିପିଓ ଫୁଲବାଣୀ, ପୌର ପରିଷଦ ଅଧିକାରୀ ବଳଦେବ ବେହେରା
ପ୍ରମୂଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.