କ୍ରୀଡା, ପ୍ରତିଭା ଓ ବ୍ୟକ୍ତିତ୍ୱ ବୃଦ୍ଧି କରେ, ଭବିଷ୍ୟତ ଗଢେ” କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ


ଭୁବନେଶ୍ୱର: ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପରିସରରେ ପୁରୁଷ ଇଣ୍ଟର କଲେଜ ଫାଇନାଲ ଯୋନ ୨୦୨୨-୨୩ ବାସ୍କେଟବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହାକୁ ଉଦ୍ଘାଟିତ କରି ସମସ୍ତ ଛାତ୍ର ଛାତ୍ରୀ ବୃନ୍ଦ ଓ ଟିମ, କ୍ରୀଡା ଶିକ୍ଷକ ଏବଂ ଚୟନକାରୀ ଅଫିସର ମାନଙ୍କୁ ସମ୍ବୋଧନ ଜଣାଇ ଉତ୍ସାହ କରିଥିଲେ । କ୍ରୀଡ଼ାବିତ୍ ମାନଙ୍କୁ ପ୍ରଶଂସା କରି, ପୋସିଟିଭ ମନୋଭାବ ନେଇ ନିଜ ନିଜକୁ ପ୍ରେରଣା ଦେବା ଏବଂ କ୍ରୀଡ଼ାକୁ ନେଇ ଉଚିତ ଭବିଷ୍ୟତ ଗଢି ପ୍ରଭାବଶାଳୀ ବ୍ୟକ୍ତି ହେବା ସମ୍ଭବ ବୋଲି ଉପଦେଶ ଦେଇଥିଲେ ।


ଟୁର୍ନାମେଣ୍ଟର ଦ୍ୱିତୀୟ ଭାଗରେ କୁଳସଚିବ ଡ଼ ଅଭୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତଥିବା ଟୁର୍ନାମେଣ୍ଟର ସମସ୍ତ ସଦସ୍ୟ ଏବଂ ମୁଖ୍ୟ କରି କ୍ରୀଡ଼ାବିତ୍ ମାନଙ୍କୁ ଅନେକ ଶୁଭେଚ୍ଛା ଦେଇଥିଲେ । କ୍ରୀଡାକୁ ଯୁବା ମାନେ ଗୁରୁତ୍ୱ ଦେବା ଦରକାର ଓ କ୍ରୀଡା ମାଧ୍ୟମରେ ନିଜର ପ୍ରତିଭା ଓ ବ୍ୟକ୍ତିତ୍ୱ ବୃଦ୍ଧି କରି ହେବ ବୋଲି କହି ସମସ୍ତଙ୍କୁ ଉତ୍ସାହ କରିଥିଲେ । ଉକ୍ତ ଟୁର୍ନାମେଣ୍ଟରେ ବି. ଜେ. ବି. ଅଟୋନମସ କଲେଜ ଟିମ ବିଜୟ ହାସଲ କରି ଚମ୍ପିୟାନ ହୋଇଥିବାବେଳେ ୟୁ. ଏନ. ଅଟୋନମସ କଲେଜ ଟିମ ଦ୍ୱିତୀୟ ସ୍ଥାନ ପ୍ରାପ୍ତ କରି ରନର୍ସଆପ ହୋଇଥିଲେ । ସମସ୍ତ ବିଜେତା ଟିମଙ୍କୁ ଟ୍ରଫି ଏବଂ ସେର୍ଟିଫିକେଟ ଦେଇ ପ୍ରଶଂସା ଓ ଉତ୍ସାହିତ କରିଥିଲେ ଡ଼. ନାୟକ ।


ଡ଼. କିର୍ତ୍ତୀ ରଞ୍ଜନ ମଲ୍ଲିକ ଏହି ଟୁର୍ନାମେଣ୍ଟକୁ ପରିଚାଳନା କରିଥିବା ବେଳେ ଡ଼. ବେଣୁଧର ଦାସ ଟୁର୍ନାମେଣ୍ଟକୁ ମ୍ୟାଚ ଅଫିସିଆଲଙ୍କ ସହ ସଂଯୋଜନା କରିଥିଲେ । ଡି. ପି.ସାହୁ, ପ୍ରହ୍ଲାଦ ପଣ୍ଡା, ଓ ଚିରଞ୍ଜୀବ କରନ, ଏବଂ ଡି. ବି. ରାଉତରାୟ ଓ ଡ଼. ପ୍ରବୀର ମହାନ୍ତି ମ୍ୟାଚ ଅଧିକାରୀ ଏବଂ ଚୟନକର୍ତ୍ତା ଭାବେ ଉପସ୍ଥିତ ରହି ସହଭାଗିତା କରିଥିଲେ । ଟୁର୍ନାମେଣ୍ଟ ଶେଷରେ ଡ଼. ମଲ୍ଲିକ ଡାଇରେକଟର ସ୍ପୋର୍ଟ କାଉନ୍ସିଲ ପ୍ରଫେସର ଏସ.ଏସ. ଦେବାଶିଷ ଓ ଅନ୍ୟ ସମସ୍ତଙ୍କୁ ସହଭାଗିତା ଉଦଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.