ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ମୋ ଗାଁ ମୋ ବ୍ୟାଙ୍କ ଗ୍ରାମ ସଭା (କୃଷକ ସମ୍ପର୍କ) କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଏକ କୃଷି ସଚେତନତା ଶିବିର ସିଆଙ୍ଗବାଲି ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପ୍ରବନ୍ଧକ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଏହି ଶିବିରକୁ ଆର୍ ବିଆଇ ଫୁଲବାଣୀ ସଞ୍ଜୟ କୁମାର ସାହୁ ଉଦଘାଟନ କରିଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଆନ୍ଦ୍ରିକ ପ୍ରଧାନ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏଥିରେ ବ୍ୟାଙ୍କ କର୍ମଚାରୀ ଅଭିନାଶ ସାହୁଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିବିରରେ ମୋ ଗାଁ ମୋ ବ୍ୟାଙ୍କର କାର୍ଯ୍ୟ ବିଷୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ।
ଚାଷୀମାନଙ୍କୁ ବ୍ୟାଙ୍କର କିଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ, ଚାଷୀମାନେ କେଉଁଭଳି ସଠିକ ଭାବେ ଋଣ ପାଇ ପାରିବେ, ପୁରୁଣା ଋଣ କିପରି ପରିଶୋଧ କରିବେ ଏହି ସହିତ ପ୍ରଧାନମନ୍ତ୍ରୀ ଜୀବନ ବୀମା ସମେତ ବ୍ୟାଙ୍କ ରେ ଥିବା ସମସ୍ତ ସୁବିଧା ଏବଂ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଶିବିରରେ ପାଲା ନାଚ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇ ଆଲୋଚନା କରାଯାଇ ଥିଲା। ବ୍ୟାଙ୍କ ମିତ୍ରଙ୍କ ସହ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଏବଂ ବହୁ ଚାଷୀ ଯୋଗଦେଇ ଥିଲେ ।

nis-ad
Leave A Reply

Your email address will not be published.