ଚାଷୀର ଚାଷ ଜମିକୁ ନଷ୍ଟ କଲା ଦୁର୍ବୁତ୍ତ : ସତରେ କଣ ଭାଇ ହେଲା ଭଗାରୀ..!

ଉମରକୋଟ ପ୍ରତିନିଧି // ନିଃସର୍ତ୍ତ


ଉମରକୋଟ :ରାଇଘର ବ୍ଲକ ଅନ୍ତର୍ଗତ ସରଗୁଲି ଡି, ଏନ, କେ, ଗ୍ରାମରେ ଏକ ଅଭାବୀନିୟ ଘଟଣା ଘଟି ଯାଇଛି ଯାହା ଦେଖିଲେ କେହି ବି ଦୁଃଖ ପ୍ରକାଶ ନକରି ରହି ପାରିବ ନାହିଁ, ଶତ୍ରୁ ମାନେ ମଧ୍ୟ ଏପରି କାମ କରିବା ପୂର୍ବରୁ ଥରେ ଭାବିବେ କାରଣ ଜଣେ ଚାଷୀ ର ମେରୁଦଣ୍ଡ ହେଉଛି ଚାଷ ଋଣ ବାଡ଼ି କରି ନିଜର ଛୁଆକୁ ପାଳିବା ପରି ନିଜ ଚାଷ ଜମିର ଯତ୍ନ ନେଇ ଥାଏ ଏବଂ ଏଥିରୁ ଉତ୍ପାଦିତ ଶସ୍ୟ କୁ ବିକ୍ରି କରି ନିଜ ଋଣ ଶୁଝିବା ସହିତ ପରିବାର ଭରଣ ପୋଷଣ କରିଥାଏ ଯଦି କୌଣସି କାରଣ ରୁ ନିଜ ଫସଲ ନଷ୍ଟ ହୋଇଯାଏ ତେବେ ଚାଷୀର ଅବସ୍ଥା କଣ ହୋଇପାରେ..? କିନ୍ତୁ ଏଠାରେ ଘଟଣା ଟିକିଏ ଅଲଗା କାରଣ କେହି ଜଣେ ଆକ୍ରୋଶ ଭାବେ ନିଲକମଲ ବିଶ୍ୱାସ ଙ୍କ ଫସଲ କୁ ନଷ୍ଟ କରିଦେଇଛି ଯାହାକୁ ନେଇ ଅଞ୍ଚଳ ବାସୀ ଦୁଃଖ ପ୍ରକାଶ କରିଛନ୍ତି


ସୂଚନା ଅନୁଯାୟୀ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଛେଲିଡ଼ଙ୍ଗରି ପଞ୍ଚାୟତ ଅନ୍ତର୍ଗତ ସରଗୁଲି ଡି, ଏନ, କେ, ଗ୍ରାମରେ ନୀଳକୋମଳ ବିଶ୍ୱାସ,( ପିତା କୁମଦ ରଞ୍ଜନ ବିଶ୍ୱାସ )ନିଜ ପରିବାର ସହିତ ଦୁଃଖ ସୁଖରେ ରହି ପରିବାର ଭରଣ ପୋଷଣ କରି ଆସୁଥିଲେ, ତାଙ୍କର ଗୋଟିଏ ପୁଅ ରଜତ ବିଶ୍ୱାସ ନବଦୟ ସ୍କୁଲରେ ପାଠ ପଢୁ ଥିଲେ କିନ୍ତୁ ଟଙ୍କା ଅଭାବ କାରଣ ରୁ ଆଗକୁ ପାଠ ପଢ଼ାରୁ ବଞ୍ଚିତ ହେଲେ, ଏଥିରୁ ସ୍ପଷ୍ଟ ପ୍ରମାଣ ହୂଏ ପିତା ନୀଳକୋମଲର ଆର୍ଥିକ ଅବସ୍ଥା କେମିତି, ପୌତ୍ରିକ ସମ୍ପତି ଯାହା ଵି ଥିଲା ପୂର୍ବରୁ ତାହା ତାଙ୍କର ଚାରି ଭାଇ, ନୀଳକୋମଳ, ଦିନବନ୍ଧୁ, ମଧୁସୂଦନ ଓ ବିଶ୍ୱଜିତ ବିଶ୍ୱାସ ଆପୋଷ ବୁଝାମଣା ରେ ଭାଗ ବଣ୍ଟା କରି ନିଜ ନିଜର ସମ୍ପତି ନେଇ ଜୀବିକା ବିତାଇ ଆସୁଥିଲେ, କିନ୍ତୁ ଯେତେବେଳେ ଏହି ଚାରି ଭାଇ ଅଲଗା ହୋଇନଥିଲେ ଏବଂ ଗୋଟିଏ ପରିବାରର ଅନ୍ତର ଭୁକ୍ତ ଥିଲେ ସେତେବେଳେ ସେମାନଙ୍କ ଗୋଟିଏ ନୀଳଗିରି ଗଛ ଲଗାଇବା ଜମି ଥାଏ ଏବଂ ସେମାନଙ୍କ ସାନ ଭାଇ ବିଶ୍ୱଜିତ ବିବାହ ହେଇ ନ ଥିବାରୁ ତାଙ୍କର ବିବାହ ସମୟରେ ଏହା କାମକୁ ଆସିବ ବୋଲି ନିଷ୍ପତ୍ତି ନେଇଥିଲେ ଚାରି ଭାଇ ବିଭାହ ପୂର୍ବରୁ ସାନ ଭାଇ ବିଶ୍ୱଜିତ ବଡ଼ ଭାଇ ନୀଳକୋମଳ ସହିତ ରହୁଥିଲେ, ଭଲ ମନ୍ଦ ସାନ ଭାଇର ସବୁ ନୀଳକୋମଳ ବୁଝିଥାଏ l ଯେତେବେଳେ ସାନ ଭାଇର ବିବାହ ପାଇଁ ନୀଳଗିରି କାଟିଙ୍ଗ ହେଲା ସେତେବେଳେ ଭାଇ ଭାଇ ଭିତରେ ଗଣ୍ଡଗୋଲ ଉପୁଜିଲା ତମେ କାହିଁକି ସବୁ ଯାକ ନେବ ଏହି କଥା ସରଗୁଲି ଗ୍ରାମର ବିଶେଷ ଭଦ୍ରବ୍ୟକ୍ତି ମାନେ ଅବଗତ ଅଛନ୍ତି, ଭାଇ ମାନଙ୍କ ଏହି ପରି ଯୁକ୍ତି ରେ ନୀଳକୋମଳ ବିଶ୍ୱାସ କିଛି ନକହି ଧାର ଉଧାର କରି ଅତି କଷ୍ଟରେ ନିଜ ଜମିରେ ନଳକୂପ ଖୋଳି ଚାଷ କାମ କରି ନିଜର ଗୁଜରଣ ମେଣ୍ଟାଉଥିଲେ, ଏବର୍ଷ ସେ ନିଜ ଜମିରେ ବିଭିନ୍ନ ସମବାୟ ସମିତିରୁ ଋଣ ନେଇ ଟମେଟୋ, କଲରା , ଫୁଲକବି ଓ ବିଭିନ୍ନ ପରିବା ଚାଷ କରିଥିଲେ କିନ୍ତୁ ଗତ 0୩ /୧୧ /୨0୨୨ ସନ୍ଧ୍ୟାରେ ଜମିର କାମ ସାରି ଘରୁକୁ ଫେରିଥିଲେ କିନ୍ତୁ ସକାଳ ପୁଣି ନିଜ କ୍ଷେତକୁ କାମ କରିବାକୁ ଆସି ଦେଖିବାକୁ ପାଇଲେ ପ୍ରାୟ ଏକ ଏକର ଜମିରେ ଲାଗି ଥିବା ଟମେଟୋ ଗଛ କେହି ଦୁର୍ବୁର୍ତ୍ତ ମୂଳରୁ ଉପାଡ଼ି ଫୋପାଡ଼ି ଦେଇଛି, ଜମିରେ ଲାଗିଥିବା ବୋରୱେଲ ଡେଲିଭେରୀ ପାଇପ ଭାଙ୍ଗି ପଡ଼ିଛି ଏହା ଦେଖି ସେ ସମ୍ପୂର୍ଣ ଦୁଃଖରେ ଭାଙ୍ଗି ପଡ଼ିବା ସହିତ ନିଜକୁ ସମ୍ଭାଳି ଘରକୁ ଫୋନ କରି ପରିବାର ଲୋକଙ୍କୁ ଏହି ଅବସରରେ ଅବଗତ କରିଥିଲେ, ଏହି ଖବର ପ୍ରଚାର ହେବା ପରେ ଗ୍ରାମର ଲୋକ ମାନେ ସମସ୍ତେ ଆସି ଏହି ଭଳି କାମକୁ ନିନ୍ଦା କରିଥିଲେ କିନ୍ତୁ ତାଙ୍କର ଭାଇ ଯାହା ସଙ୍ଗେ ନୀଳଗିରି ଗଛ କୁ ନେଇ ମତାନ୍ତର ହେଇଥିଲା କିନ୍ତୁ ଗାଁ ର ସମସ୍ତେ ଉକ୍ତ କାର୍ଯ୍ୟ କୁ ନିନ୍ଦା କରିବା ସହିତ ଦେଖିବାକୁ ଯାଇ ଥିଲେ କିନ୍ତୁ ନିଜ ଭାଇ ସେଠାକୁ ଯାଇ ନଥିଲେ ଯାହାକୁ ନେଇ ସନ୍ଦେହ ଉଙ୍କି ମାରୁଛି ଯାହାକୁ ନେଇ ସରଗୁଲି ଗ୍ରାମର ବୁଦ୍ଧିଜୀବୀ ମାନେ କହୁଛନ୍ତି, ବଙ୍ଗଳା କଥାରେ ଗୋଟିଏ ପ୍ରବାଦ ଅଛି “” ଭାଇ ଭାଇ ମରେ ଯାଇ, ତବୁ ଏକଟୁ ପିଛନେ ତାକାଇ ” ସେ ଯାହାବି ହେଉ ବର୍ତ୍ତମାନ ନୀଳକୋମଲ ବିଶ୍ୱାସ କହିବା ଅନୁଯାଇ ସେ ପ୍ରାୟ ୭0,000 ହୋଜ଼ାରୁର ଅଧିକ ଟଙ୍କା ର ଋଣ ଆଣି ଏହି ଚାଷ କାମରେ ଲଗାଇଥିଲେ ଆଉ ମାତ୍ର ପନ୍ଦର ଦିନ ପରେ ଟମେଟୋ ଓ ଅନ୍ୟାନ୍ୟ ପରିବା ବାହାରି ଥାନ୍ତା ଏହି ସମୟରେ ଏକ ଏକର ଫଳନ୍ତା ଟମେଟୋ ଗଛ ସବୁ କେହି ଜଣେ ନଷ୍ଟ କରି ଦେଇଛି ଯାହାକୁ ନେଇ

ନିଲକୋମଲ ବିଶ୍ୱାସ ରାଇଘର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀ ମହୋଦୟ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବେହୁଦା, ଏସ, ଆଇ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଯାଇ ଚାଷ ଜମି ଦେଖି ଅନୁସନ୍ଧାନ ଜାରି ରଖିଛନ୍ତି, ହୁଏତ ଆସାମୀ କୁ ପୋଲିସ ଚି଼ହ୍ନଟ କରି ପାରେ କିନ୍ତୁ ଚାଷୀର ଆଖିରୁ ଯେଉଁ ଲୁହ ଝରୁଛି ତାହାର କ୍ଷତି ପୂରଣ ଦେବ କିଏ,..? ସେ କରିଥିବା ଋଣ ସୁଝିବ କିପରି ଏହି କଥା ଚିନ୍ତା କରି ସମସ୍ତ ପରିବାର ଭାରାକ୍ରାନ୍ତ..

nis-ad
Leave A Reply

Your email address will not be published.