ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ ଜିଲ୍ଲା ସାମ୍ବାଦିକ ସଂଘ ଓ ପ୍ରେସ କ୍ଲବ ଫୁଲବାଣୀ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ ୦୨/୧୧ : ଖବର ସଂଗ୍ରହ କରିବାକୁ ସାଥୀ ସାମ୍ବାଦିକଙ୍କ ସହ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ସମ୍ବେପଦର ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ବୋଲେରୋ ଧକ୍କାରେ ଫୁଲବାଣୀ ଅଞ୍ଚଳର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସାଥୀ ସାମ୍ବାଦିକ ବିକାଶ ଦିଗାଲ ଗୁରୁତର ଆହତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବିକାଶ ମିଶ୍ରଙ୍କ ତିରୋଧାନ ଆଜି ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନ ଠାରେ ପ୍ରେସ କ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବର୍ଗତ ବିକାଶ ମିଶ୍ରଙ୍କ ଆତ୍ମାର ସଦଗତି କାମନା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସୁନୀଲ କୁମାର ବିଶ୍ଵାଳ, ଅଶୋକ କୁମାର ମହାନ୍ତି, ଅଶୋକ କୁମାର ପରିଡା, ବୈଦ୍ଯ ନାୟକ, ସୂର୍ଯ୍ୟ ନାରାୟଣ ବେହେରା, ପ୍ରମୂଖ ଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ବିକାଶ ମିଶ୍ରଙ୍କ ସ୍ମୃତି ଚାରଣ ସହ ତାଙ୍କର କର୍ତ୍ତବ୍ୟ ବୋଧ ଓ ତ୍ୟାଗ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଜିତ ମହାରଣା, ଜୟ ସେନ ପରିଡା ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରଞ୍ଜନ ଦାସ, ହୁରୁଞ୍ଜନ ସେଠି, ମୂଷାକାନ ସୁଆର, ସନ୍ତୋଷ ବେହେରା, ସୁଧୀର ମହାରଣା, ଶିବ ରାମ ନାୟକଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l ସଭାପତି ଶ୍ରୀ ପଟ୍ଟନାୟକ ସାମ୍ବାଦିକତା ପାଇଁ ସମର୍ପିତ ସ୍ବର୍ଗତ ଯୁବ ଉଦୀୟମାନ ସାମ୍ବାଦିକ ବିକାଶଙ୍କ ସ୍ଥାନ ଅପୂରଣୀୟ ବୋଲି କହିଥିଲେ ।

nis-ad
Leave A Reply

Your email address will not be published.