ମୁଖ୍ୟ ଚିକିତ୍ସାଳୟରେ କରେଣ୍ଟ ଚାଲିଯିବାରୁ ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ

ମାଲକାନଗିରି, ୨।୧୧ : ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ ଚାଲିଯିବାରୁ ରୋଗୀଙ୍କୁ ଅମ୍ଳଜାନ ନମିଳିବାରୁ ରୋଗୀ ମୃତ୍ୟୁ ଅଭିଯୋଗ । ମିଳିଥିବା ସୂଚନା ଅନୁଯାୟୀ କାମବାଡା ଗ୍ରାମର ରାମା ମାଡକାମୀ ଆଜି ଗୁରୁତ୍ତର ହୋଇ ପ୍ରଥମେ କୋରୁକୋଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ତେବେ ସେଠାରେ ତାଙ୍କ ଅବସ୍ତା ଗୁରୁତ୍ତର ଥିବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ପରିବାର ଲୋକେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଟାକର ଚିକିତ୍ସା ଜାରି ରହିଥିଲା । ତେବେ ତାଙ୍କ ଅବସ୍ତା ଗୁରୁତ୍ତର ଥିବାରୁ ତାଙ୍କୁ ଅମ୍ଳଜାନ ପାଇପ ଦ୍ଵାରା ଅମ୍ଳଜାନ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏହି ସମୟରେ ହଟାତ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଥିବା ବେଳେ ରାମା ହଟାତ ଛଟପଟ ହୋଇ ମୃତ୍ୟୁ ବରଣ କରିଥିଲେ । ବିଦ୍ୟୁତ ବନ୍ଦ ହେବାରୁ ତାଙ୍କୁ ସଠିକ ରୂପେ ଅମ୍ଳଜାନ ମିଳି ନପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ମାଲକାନଗିରି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ସଦାଶିବ ମହାରଣା ପ୍ରକାଶ କରିଛନ୍ତି ଯେ, ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ତା ଗୁରୁତ୍ତର ଥିଲା । ତେବେ ତାଙ୍କୁ ତୁରନ୍ତ ସମସ୍ତ ସେବା ଯୋଗାଇବା ସହ ଅମ୍ଳଜାନ ମଧ୍ୟ ଯୋଗାଇ ଦିଆଯାଇଥିଲା । ସେହି ସମୟରେ ବିଦ୍ୟୁତ ବିଛିନ୍ନ ହେଇଥିବା ବେଳେ ତୁରନ୍ତ ଜେନେରେଟର ଲଗା ଯାଇଥିଲା, ତେଣୁ କୌଣସି ପ୍ରକାରର ଅମ୍ଳଜାନ ଅଭାବ ହୋଇ ନାହି । ତେବେ ରୋଗୀଙ୍କ ଅବସ୍ତା ଗୁରୁତ୍ତର ଥିବାରୁ ତାଙ୍କର ଦେହାନ୍ତ ହୋଇଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

nis-ad
Leave A Reply

Your email address will not be published.