କେଡିଏମ ଏଫ ପକ୍ଷରୁ ମୃତ ସାମ୍ବାଦିକଙ୍କୁ ଆର୍ଥିକ ସହାୟତା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ : ଗତ ମଙ୍ଗଳବାର ଦିନ ସନ୍ଧ୍ୟା ରେ ଏକ ସାଙ୍ଘାତିକ ଦୁର୍ଘଟଣାରେ ଶିକାର ହୋଇଥିବା ଫୁଲବାଣୀର ମୃତ ସାମ୍ବାଦିକ ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମଞ୍ଜୁର ନିମନ୍ତେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଏ ଡି ଏମ ବସନ୍ତ ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି l ପ୍ରକାଶ ଥାଉ କି ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ସାମ୍ବାଦିକ ବିକାଶ ମିଶ୍ର ଓ ବିକାଶ ଦିଗାଲ ଖବର ସଂଗ୍ରହ କରିବାକୁ ବାଇକରେ ଖଜୁରୀପଡା ଯାଉଥିବା ବେଳେ ଖଜୁରୀପଡା ଥାନା ଅନ୍ତର୍ଗତ ସମ୍ବେପଦର ନିକଟରେ ଏକ ଗାଡି ବାଇକକୁ ପଛରୁ ପିଟିବା ଫଳରେ ଦୂର୍ଘଟଣାଟି ଘଟିଥିଲା । ଘଟଣା ସ୍ଥଳରେ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଖଜୁରୀପଡା ପୋଲିସଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଏମାନଙ୍କୁ ଉଦ୍ଧାର କରିପ୍ରଥମେ ଖଜୁରୀପଡା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବିକାଶଙ୍କୁ ଗୁରୁତର ଅବସ୍ଥା ରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇ ଥିଲା । ପୁଅ ବିକାଶର ଅକାଳ ବିୟୋଗ ପରେ ପରିବାର କୁ ଆର୍ଥିକ ଆବଶ୍ୟକତା ରହିଛି ତେଣୁ କେ ଡି ଏମ ଏଫ ପକ୍ଷରୁ ଏକ ସ୍ମାରକ ପତ୍ର ଜରିଆରେ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ନିମନ୍ତେ ଅନୁରୋଧ କରାଯାଇଛି l ଏହି କାର୍ଯ୍ୟକ୍ରମରେ କେ ଡି ଏମ ଏଫର ସଭାପତି ସୁନୀଲ ବିଶ୍ଵାଳଙ୍କ ନିର୍ଦ୍ଦେଶ ରେ ଉପସଭାପତି ଆଦିତ୍ଯ ପ୍ରସାଦ ତ୍ରିପାଠୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା l

nis-ad
Leave A Reply

Your email address will not be published.