ଡିଭାଇଡରକୁ ପିଟିଲା ବାଇକ ; ଚାଳକ ମୃତ

ହିଞ୍ଜିଳିକାଟୁ ୧।୧୧ : ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରହ୍ମପୁର-ହିଞ୍ଜିଳିକାଟୂ ମୁଖ୍ୟ ରାସ୍ତାର ମକରଝୋଳ ଗ୍ରାମ ଛକ ନିକଟ ଡିଭାଇଡର ଆରମ୍ଭ ରେ ଏକ ବାଇକ ଡିଭାଇଡର କୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଗ୍ରାମର ରମେଶ ମହାଙ୍କୁଡ (୩୨) । ମଙ୍ଗଳବାର ସଂଧ୍ୟାରେ ସମୟରେ ରମେଶ ନିଜ ବାଇକ ନଂ ଓଡି୨୦ ଏ ୬୩୫୫ ହିରୋ ଗ୍ଳୋମର ବାଇକ ଯୋଗେ ବ୍ରହ୍ମପୁର ରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ବେଳେ ମକରଝୋଳ ଗ୍ରାମ ଛକ ନିକଟରେ ଡିଭାଇଡର କୁ ପିଟିହୋଇପଡିଥୁଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପଥଯାତ୍ରରୀ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ରମେଶ ଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣା ଗ୍ରସ୍ତ ବାଇକ୍ ଓ ମୃତଦେହକୁ ଜବତ କରିଛି। ବୁଧବାର ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.