ହାଇଓ୍ବା ମାଲିକ ସଂଘର ବୈଠକ

ବୁଗୁଡ଼ା : ସ୍ଥାନୀୟ ବାଙ୍କେଶ୍ଵରୀ ପୀଠରେ ପୋଲସରା ଓ ବୁଗୁଡ଼ା ଅଞ୍ଚଳର ହାଇଓ୍ବା ମାଲିକ ମାନଙ୍କୁ ନେଇ ଗଠିତ ସଂଘର ଏକ ବୈଠକ ସଭାପତି ରାହୁଲ ବିଷୋୟୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ଦୁର୍ଗା ପ୍ରସାଦ ଗୌଡ଼ଙ୍କ ଦ୍ବାରା ସଂଘର ବିଭିନ୍ନ ସମସ୍ୟା ଉପସ୍ଥାପନ କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏ ଅବସରରେ କୌଣସି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ନଦେବା , ଲୋକଙ୍କ ନିକଟରେ ନିର୍ଦ୍ଧାରିତ ଦରରେ ଜିନିଷ ପଇଠ କରିବା , ସମସ୍ଯାର ସମାଧାନ ପାଇଁ ସାମୁହିକ ଭାବେ ଉଦ୍ଯମ କରିବା ଆଦି ବିଷୟ ଉପରେ ସର୍ବସମ୍ମତି ପ୍ରକାଶ ପାଇଥିଲା । ପରିଶେଷରେ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.