ଗୁଜୁରାଟରେ ତିଆରି ହେବ ମିଲିଟାରି ବିମାନ

ନୂଆଦିଲ୍ଲୀ : ଗୁଜୁରାଟରେ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ ତିଆରି ହେବ । ବିଶ୍ବର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ଏୟାରବସ ଓ ଟାଟା ଗ୍ରୁପ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବେ । ଏହି ପ୍ରକଳ୍ପ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟ ହେବ ।
ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଯେ, ଭାରତରେ ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନି ପକ୍ଷରୁ ମିଲିଟାରି ବିମାନ ନିର୍ମାଣ କରାଯିବ । ଏହି ପ୍ରକଳ୍ପରେ ମୋଟ ୨୧,୯୩୫ କୋଟି ଟଙ୍କା ବିନିଯୋଗ କରାଯିବ । ଏସବୁ ବିମାନ କେବଳ ସାମରିକ ବାହିନୀ ନୁହେଁ, ବେସାମରିକ କାମ ପାଇଁ ବି ବ୍ୟବହାର କରାଯାଇପାରିବ ।
ବରୋଦାଠାରେ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ଆସନ୍ତା ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ଏହି ପ୍ରକଳ୍ପ ଦ୍ବାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମଧ୍ୟ ମୋଦୀଙ୍କ ମେକ ଇନ ଇଣ୍ଡିଆକୁ ପ୍ରେତ୍ସାହିତ କରିବ ।
ଏବେ କେବଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମାଣ କରାଯାଉଛି ।
ଗତ ସେପ୍ଟେମ୍ବର ମାସରେ ବେଦାନ୍ତ ଫକ୍ସକନ ଦ୍ବାରା ହେବାକୁ ଥିବା ମେଗା ସେମିକଣ୍ଡକ୍ଟର ପ୍ରକଳ୍ପ ମଧ୍ୟ ଗୁଜୁରାଟ ହାତେଇ ଥିଲା । ଏହି ପ୍ରକଳ୍ପଟି ଅହମଦାବାଦ ନିକଟରେ ସ୍ଥାପନ ହେବ ।

nis-ad
Leave A Reply

Your email address will not be published.