ଟ୍ୱିଟର୍ ଅଫିସ ଭିତରେ ୱାଶ୍ ବେସିନ୍ ଧରି ବୁଲିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଏଲନ୍ ମସ୍କ। ଟ୍ୱିଟର୍ ଅଫିସ ଭିତରେ ୱାଶ ବେସିନ୍ ଧରି ବୁଲିଲେ ମସ୍କ। ଟ୍ୱିଟର ହେଡ୍ ଅଫିସ ଭିତରକୁ ମସ୍କ ହାତରେ ୱାଶ ବେସିନ୍ ଧରି ଏଣ୍ଟ୍ରି କରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ଖୋଦ୍ ଏଲନ ମସ୍କ ଟ୍ୱିଟ୍ କରିଛନ୍ତି। ଏଥିସହ ନିଜ ଟ୍ୱିଟର ପ୍ରୋଫାଇଲ୍‌ରେ ସେ ‘ଚିଫ୍ ଟ୍ୱିଟ୍‌’ ବୋଲି ଲେଖିଛି। ଏହାକୁ ଦେଖି ମସ୍କ ଏପ୍ରିଲରୁ ଆରମ୍ଭ ହୋଇଥିବା ଟୁଇଟର ସହିତ ଚୁକ୍ତି ଶେଷ କରିଛନ୍ତି ବୋଲି ବିଶ୍ୱାସ କରାଯାଉଛି।
ନିଜ ଟୁଇଟର ପ୍ରୋଫାଇଲର ବାୟୋରେ ‘ଚିଫ୍ ଟ୍ୱିଟ୍’ ଲେଖି ସେ ଟ୍ୱିଟରର ପରବର୍ତ୍ତୀ ମାଲିକ ହେବେ ବୋଲି ଏଲୋନ୍ ମସ୍କ ସଂକେତ ଦେଇଛନ୍ତି । ଟୁଇଟର ମୁଖ୍ୟାଳୟରେ ପହଞ୍ଚିବାର ଭିଡିଓ ଏଲୋନ୍ ମସ୍କ ସେୟାର କରିଛନ୍ତି । ସେ ଭିଡିଓର କ୍ୟାପସନ୍ ଲେଖିଛନ୍ତି, ”Entering Twitter HQ – let that sink in!

୪୪ ବିଲିୟନ ଡଲାରର ଟ୍ୱିଟର ଚୁକ୍ତି ସମ୍ପୂର୍ଣ୍ଣ କରିବାକୁ ମସ୍କ ବର୍ତ୍ତମାନ ଚାପରେ ରହିଛନ୍ତି। ଏଲନ୍ ମସ୍କ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଟ୍ୱିଟର କିଣିବାକୁ ଘୋଷଣା କରିଥିଲେ। ତେବେ ସେ ପୁଣି ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ଏହା ପରେ, ଟ୍ୱିଟର ଗୋଷ୍ଠୀ ତାଙ୍କୁ ଏହି ଚୁକ୍ତି ଶେଷ କରିବାକୁ କିମ୍ବା ଆଇନଗତ କାର‌୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ଦେଇଥିଲା।

nis-ad
Leave A Reply

Your email address will not be published.