ଉବୁଡୁବୁ ମାୟାନଗରୀ; ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି, ଏଯାଏଁ ୫ ମୃତ

ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ରାତିରେ ପାଣି ଜମିବାରୁ ଲୋକେ ଫସି ଯାଇଥିଲେ । ଅଫିସ୍‌ରୁ ଘରକୁ ଫେରିବା ସମୟରେ ପ୍ରବଳ ବର୍ଷା ହେବା କାରଣରୁ ଲୋକେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ । ରାସ୍ତାରେ ଗାଡିମଟର ପାଇଁ ଟ୍ରାଫିକ୍‌ ଜାମ୍‌ ହୋଇଥିବା ବେଳେ ଲୋକାଲ୍‌ ଟ୍ରେନ୍‌ ମଧ୍ୟ ଠପ୍‌ ହୋଇଯାଇଥିଲା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏଯାଏଁ ବର୍ଷାରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ବଜ୍ରପାତ କାରଣରୁ ୨ ଜଣଙ୍କ ମୃତ୍ୟୁ ମୃତ୍ୟୁ ହୋଇଛି । ପାଣିପାଗ ବିଭାଗ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି।
ପ୍ରବଳ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ପାଇଁ ଲୋକେ ଜଟିଳ ପରିସ୍ଥିତିରେ ରହିଛନ୍ତି । ବୁଧବାର ୪ଟାରୁ ରାତି ୧ଟା ପର୍ଯ୍ୟନ୍ତ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସବୁଠାରୁ ଅଧିକ ବର୍ଷା ପୂର୍ବ ମୁମ୍ବାଇ, ମଧ୍ୟମ ଓ ଦକ୍ଷିଣ ମୁମ୍ବାଇରେ ବର୍ଷା ରେକର୍ଡ କରାଯାଇଛି।

nis-ad
Leave A Reply

Your email address will not be published.