ଏସସିବିରେ ସଫଳ ହେଲା ଏକମୋ ଚିକିତ୍ସା

କଟକ : କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଦିଲୀପ କୁମାର ମହାରଣାଙ୍କ (୫୩)ର ସଫଳ ଭାବେ ଏକମୋ ଚିକିତ୍ସା କରାଯାଇଛି। ସିଟିଭିଏସର ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ମନୋଜ କୁମାର ପଟନାୟକଙ୍କ ନେତୃତ୍ୱରେ ଏହି ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଦିଲ୍ଲୀପ ଏଚ୧ଏନ୧ ଭୁତାଣୁ ସଂକ୍ରମଣରେ ପୀଡିତ ହୋଇ ଏକା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଇତି ମଧ୍ୟରେ ସେ ଆକ୍ୟୁଟ ରେସ୍ପିରେଟୋରୀ ଡିଷ୍ଟ୍ରେସ ସିଣ୍ଡ୍ରୋମରେ ପୀଡିତ ହୋଇଥିଲେ।
ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗତ ୧୭ ତାରିଖରେ ଏସସିବି ମେଡିକାଲ କଲେଜ ହସ୍ପିଟାଲର ଏକମୋ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭି -ଭି ଟାଇପ ଫେମୋରୋ ଜୁଗୁଲାର ଏକମୋ ଚିକିତ୍ସା ଯୋଗାଇ ଦିଆଗଲା। ମାତ୍ର ୪୮ ଘଣ୍ଟା ମଧ୍ୟରେ ସେ ଗୋଡ ହାତ ହଲାଇଥିଲେ। ଆଜି ତାଙ୍କୁ ଏମକୋ ଚିକିତ୍ସା ବନ୍ଦ କରାଯାଇଛି। ଏବେ ସେ ମେକାନିକାଲ ଭେଣ୍ଟିଲେସନ ସହାୟତାରେ ଅଛନ୍ତି। ପ୍ରଫେସର ମନୋଜ କୁମାର ପଟନାୟକଙ୍କ ସହ ଡାକ୍ତର ସୁବ୍ରତ କୁମାର ନାୟକ ଓ ଡାକ୍ତର ଦେବାଶିଷ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚିକିତ୍ସା ଜାରି ରହିଛି।

nis-ad
Leave A Reply

Your email address will not be published.