ORHDC ଦୁର୍ନୀତି ମାମଲା, ପୀୟୁଷ ମହାନ୍ତିଙ୍କୁ ଜାମିନ୍

କଟକ ୨୫/୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୁଷ ମହାନ୍ତିଙ୍କୁ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଲାଗିଲା ଅନ୍ତରୀଣ ରହିତାଦେଶ । ପୀୟୁଷଙ୍କୁ ମିଳିଲା ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ନିମ୍ନ ଅଦାଲତଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ । ମେଟ୍ରୋ ବିଲଡରର ଅନ୍ୟତମ ନିର୍ଦେଶକ ହେଉଛନ୍ତି ପୀୟୁଷ ମହାନ୍ତି ।

ସୂଚନା ଥାଉକି, ଗତ କିଛିଦିନ ତଳେ ORHDC SCAMର ଶୁଣାଣି କରି IAS ବିନୋଦ କୁମାର, ମହମ୍ମଦ ମୋକିମଙ୍କ ସହ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ମଧ୍ୟ ଋଷ ଜାଲିଆତି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ ।

nis-ad
Leave A Reply

Your email address will not be published.