କଂସା,ପିତଳ ବୋଝେଇ ମିନି ଟ୍ରକକୁ ପୋଡିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରେଢାଖୋଲ: କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନିଟ୍ରକରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଅଭିଯୋଗ। ରେଢ଼ାଖୋଲ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା  କଇଥସାହିର ମସଜିଦ ପାଖରେ ଘଟିଛି ଏହି ଘଟଣା । ସୂଚନା ମୁତାବକ,  ଜଣେ ବ୍ୟବସାୟୀଙ୍କ ଏକ ମିନିଟ୍ରକରେ ଲକ୍ଷାଧିକ ଟଙ୍କାର କଂସା,ପିତଳ, ଷ୍ଟିଲ, ତମ୍ବା ସାମଗ୍ରୀ ବୋଝେଇ ହୋଇ ରହିଥିଲା।

ସବୁଦିନ ପରି ସେ ହାଟ ସାରି ସାମାନ ସାମଗ୍ରୀ  ସହ ଟ୍ରକକୁ ସୁରକ୍ଷିତ ଭାବରେ ରଖି ଘରକୁ ଯାଇଥିଲେ। ହଠାତ୍ ବିଳମ୍ବିତ ରାତିରେ ଗାଡ଼ି ନିଆଁ ଲାଗିଯାଇଥିବା ନେଇ ଖବର ପାଇ ବ୍ୟବସାୟୀ  ଜଣଙ୍କ ଘଟଣାସ୍ଥଳରେ ଆସି ପହଁଚିଥିଲେ। ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତଥାପି ପ୍ରାୟ ୧୦ ଲକ୍ଷ ଟଙ୍କା କ୍ଷତି ହୋଇଥିବା ସୂଚନା ମିଳିଛି । କେହି ଜାଣିଶୁଣି ଏମିତି ନିଆଁ ଲଗାଇଥିବା ଥାନାରେ ଅଭିଯୋଗ କରିଛନ୍ତି ବ୍ୟବସାୟୀ ନୃସିଂହ ନାଥ ନାୟକ।

nis-ad
Leave A Reply

Your email address will not be published.