ସ୍ୱାମୀ-ସ୍ତ୍ରୀ କଳିରୁ ପୋଲିସ୍‌ରେ ଅଭିଯୋଗ, ଅପମାନ କହି ସ୍ୱମୀର ଅତ୍ମହତ୍ୟା ଉଦ୍ୟମ

ସୋର, ୨୩/୧୦: ସୋର ଥାନାରେ ହାଇ ଡ୍ରାମା l ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ଅପମାନ କହି ସୋର ଥାନାରୁ ସ୍ୱାମୀ ଦୌଡ଼ି ପଳାଇ ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ସମ୍ମୁଖରେ ଚଳନ୍ତା ଟ୍ରକ ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି l

ପୋଲିସ ତାଙ୍କୁ ଉଦ୍ଧାର କରିଛି । ସୋର ସରଶଙ୍ଖ ଅଂଚଳର ରାଜେଶ ସାହୁ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳି ହେବାରୁ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ରାଜେଶକୁ ଡାକି ଥାନାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ଆଲୋଚନା କରୁଥିବା ବେଳେ ରାଜେଶ ଉତ୍‌କ୍ଷିପ୍ତ ହୋଇ ଥାନା ସମ୍ମୁଖ ରାଜପଥରେ ଚଳନ୍ତା ଟ୍ରକ ଆଗକୁ ଯାଇ ଶୋଇ ପଡ଼ିଥିଲେ l ତତ୍‌କ୍ଷଣାତ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା l

nis-ad
Leave A Reply

Your email address will not be published.