ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ୍ ଓ ପ୍ରଶାସନର ଅଚାନକ ଚଢାଉ

ଛତ୍ରପୁର : ରୋଗୀଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇଦେବା ସହିତ ସେମାନଙ୍କ ପାଇଁ ଔଷଧ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି । ଏହା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ଚିକିତ୍ସାଳୟ ମାନଙ୍କରେ ଦଲାଲ ମାନେ ରୋଗୀଙ୍କୁ ଘରୋଇ ଚିକିତ୍ସାଳୟକୁ ଯିବା ପାଇଁ ପ୍ରବର୍ତ୍ତାଉଛନ୍ତି । ଏନେଇ ବାରମ୍ଭାର ଅଭିଯୋଗ ଆସିବା ପରେ ଗତ ୧୮ ତାରିଖ ଦିନ ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ୬ ଜଣି ଦଲାଲଙ୍କୁ ଗିରଫ୍ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାୟଙ୍କ ନିର୍ଦ୍ଦେଶ କ୍ରମେ ରବିବାର ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଜିଲ୍ଲାର ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଚଢାଉ କରିଛନ୍ତି । ଛତ୍ରପୁର ଏସଡିପିଓ ଗୌତମ କିସାନ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ ପ୍ରମୁଖ ଚିକିତ୍ସାଳୟର ଅନ୍ତଃ ଚିକିତ୍ସା ଓ ବହିଃ ଚିକିତ୍ସା ପ୍ରକୋଷ୍ଠ ପରିଦର୍ଶନ କରି ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ସହ ଦଲାଲ ମାନଙ୍କ ବିଷୟରେ ପଚାରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ପରେ ଏହି ଟିମ୍ ସିକ୍ୟୁରିଟି ଗାର୍ଡ, ହେଲ୍ପ ଡେସ୍କର କର୍ମଚାରୀ ଓ କାର୍ଯ୍ୟରତ ନର୍ସ ମାନଙ୍କ ସହ ଆଲୋଚନା କରିଥିଲେ ।

nis-ad
Leave A Reply

Your email address will not be published.