ନିଖୋଜ ଥିବା ନାବାଳକକୁ ପିତାମାତାଙ୍କୁ ହସ୍ତାନ୍ତର କରାଗଲା

ବ୍ରହ୍ମପୁର : ଗତ ସେପ୍ଟମ୍ବର ୧୬ ତାରିଖରେ ସୁରାଟ ଠାରେ ନିଖୋଜ ହୋଇଥିବା ନାବାଳକକୁ କର୍ଣ୍ଣାଟକ ପୋଲିସ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ମିଳିତ ସହଯୋଗରେ ଆଜି ତାଙ୍କ ପିତାମାତାଙ୍କୁ ହସ୍ତାନ୍ତରିତ କରାଯାଇଛି । ବେଲଗୁଣ୍ଠା ବ୍ଲକ କାଳିଆଗୁଡ଼ା ଗ୍ରାମର ବାସୁଦେବ ସ୍ୱାଇଁ ଏବଂ ବନି ସ୍ୱାଇଁ ସୁରଥ କେତରା ଶ୍ରୀରାମନଗରରେ ରହୁଥିବା ବେଳେ ଗତ ୧୬ ତାରିଖରେ ତାଙ୍କ ୧୩ ବର୍ଷିୟା ପୁଅ ନିଖୋଜ ହୋଇଯାଇଥଲା । ପୁଅକୁ ବହୁତ ଖୋଜାଖୋଜି କରିବା ପରେ ନପାଇବାରୁ ସେମାନେ ଏନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଉକ୍ତ ନାବାଳକ ଶିଶୁକୁ କର୍ଣ୍ଣାଟକ ରାଇଚୁର ରେଳୱାଇ ପୋଲିସ ସେପ୍ଟମ୍ବର ୨୧ତାରିଖରେ ଉଦ୍ଧାର କରିବା ସହ ସିଡ଼ବ୍ଲସିକୁ ହସ୍ତାନ୍ତରିତ କରିଥିଲା । ତେବେ ଉକ୍ତ ଶିଶୁଟି ଗଂଜାମ ଜିଲ୍ଲାର ବୋଲି ଜାଣିବା ପରେ କର୍ଣ୍ଣାଟକ ପୋଲିସ ରାଇଚୁର ସରକାରୀ ହଷ୍ଟେଲର ଅଧିକାରୀ ମାନେ ଚାଇଲ୍ଡ ଲାଇନ ସହ ଯୋଗାଯୋଗ କରିଥିଲେ ।ଅକ୍ଟୋବର ୧୫ ତାରିଖରେ ସିଇଡ଼ବ୍ଲୁସିକୁ ହସ୍ତାନ୍ତରିତ କରିଥିଲେ । ଚାଇଲ୍ଡ ଲାଇନ ପକ୍ଷରୁ ସୁରଥରେ ରହୁଥିବା ଶିଶୁର ମାତା ପିତାଙ୍କ ଠିକଣା ଖୋଜିବା ପରେ ତାଙ୍କୁ ଶିଶୁ ପୁତ୍ର ବିଷୟରେ ଅବଗତ କରାଯାଇଥିଲା । ଆଜି ସେମାନେ ବ୍ରହ୍ମପୁର ପହଚିଂବା ପରେ ଚାଇଲ୍ଡ ଲାଇନ ସହଯୋଗକ୍ରମେ ସିଇଡ଼ବ୍ଲସିରୁ ଉକ୍ତ ଶିଶୁକୁ ହସ୍ତାନ୍ତରିତ କରାଯାଇଥିଲା । ଉକ୍ତ ଶିଶୁର ଅଭିଭାବକ ମାନେ ନିଜ ଶିଶୁକୁ ପାଇବା ପରେ ବେଶ୍ ଉତ୍ସାହିତ ହେବା ସହ ବ୍ରହ୍ମପୁର ଚାଇଲ୍ଡ ଲାଇନକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

nis-ad
Leave A Reply

Your email address will not be published.