ଆଞ୍ଚଳିକସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୨ ପାଳନ ନିମନ୍ତେ ୧୮/୧୦/୨୦୨୨ ଠାରୁ ୨୨ /୧୦/୨୨ ମଧ୍ୟରେ ସମଗ୍ର ରାଜ୍ୟରେ ଯେ କୌଣସି ଗୋଟିଏ ଦିନ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି l ସେହି ଅନୁସାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପରିଷଦରେ ଦୁଇଟି କ୍ଲଷ୍ଟର ଲେବେଲ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଏଯେଓ ହାଇସ୍କୁଲ କ୍ଲଷ୍ଟରରେ ସି ଆର ସି ସି ସରିତା ମହାରଣାଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର ଯୋଗ ଦେଇ ଶିଶୁ ଓ ଦିବ୍ୟାଙ୍ଗ ମାନେ କିପରି ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହିତ ହେବେ ସେ ନେଇ ପରାମର୍ଶ ଦେଇଥିଲେ l ସେହିପରି ବି ଇ ଓ ରଞ୍ଜନ କଂହର, ଫିରିଙ୍ଗିଆ ବି ଇ ଓ ଅଶୋକ ମିଶ୍ର,ଏ ବି ଇ ଓ ଅମୁଲ୍ୟ ଜେନା ପ୍ରମୂଖ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏ ଯେ ଓ କ୍ଲଷ୍ଟରର ୪୦ ରୁ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ସହିତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ l ମୋଟ ୧୮ ଟି ପ୍ରତିଯୋଗିତା ହୋଇଥିଲା l ଉକ୍ତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନେ ବ୍ଲକ ଲେବଲ ସୁରଭି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସି ଆର ସି ସି ସରିତା ମହାରଣା କହିଛନ୍ତି l

nis-ad
Leave A Reply

Your email address will not be published.