ଆଲାମୀ ପଞ୍ଚାୟତର ତାଲାଭାଙ୍ଗି ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର ଚୋରି

ଫୁଲବାଣୀ, ୨୧/୧୦: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆଲାମୀ ପଞ୍ଚାୟତର ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ସମେତ ମୂଲ୍ୟବାନ କଂପ୍ୟୁଟର, ବେଟେରୀ ,ଇନଭର୍ଟର ଓ ଅନ୍ୟାନ୍ୟ ଜିନିଷ ପତ୍ର ଚୋରୀ ହୋଇଯାଇଛି । ଏନେଇ ସଦର ଥାନାରେ ଏତଲା ଦିଆଯାଇଛି। ଚୋରୀ ହେବାର ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଗ୍ରାମବାସୀ କହୁଥିବା ଶୁଣିବାକୁ ମିଳୁଛି l ଏପଟେ ଜିନିଷପତ୍ର ସବୁ ଚୋରୀ ହୋଇଯାଇଥିବାରୁ କାମ କିଛି ହୋଇପାରୁନି। ସଦର ପୋଲିସ ତଦନ୍ତ କରୁଥିବା କହିଛି । ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିବାକୁ ଦାବି କରିଛନ୍ତି ପଞ୍ଚାୟତବାସୀ ।

nis-ad
Leave A Reply

Your email address will not be published.