ଧର୍ମଶାଳାରୁ ଧଳା ଜହର ଜବତ: ୪ଗିରଫ

ଯାଜପୁର ୨୧/୧୦: ୧୭ ଗ୍ରାମ୍ରୁ‌ ଅଧିକ ବ୍ରାଉନ ସୁଗାର ସହିତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଯାଜପୁର ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସର ମିଳିତ ଉଦ୍ୟମରେ ଏହି ଧଳା ଜହର ଜବତ ହୋଇଛି। ସୂଚନା ଥାଉକି, ଗତକାଲି ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ଼ ପାଖରେ ବ୍ରାଉନସୁଗାର କାରବାର ହେଉଥିବା ପୋଲିସ ଖବର ପାଇଥିଲା। ପରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ମିଳିତ ଚଢ଼ଉ କରିଥିଲା।

ସେଠାରୁ ୪ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ପାଖରୁ ବ୍ରାଉନ ସୁଗାର ଜବତ କରିଛି। ଏହାସହ ସେମାନଙ୍କ ପାଖରୁ ଗୋଟିଏ ବାଇକ, ୫ଟି ମୋବାଇଲ ସହ କିଛି ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଭଦ୍ରକ ଓ ଧର୍ମଶାଳା ଥାନା ଅଞ୍ଚଳର ବାସିନ୍ଦା ବୋଲି ଧର୍ମଶାଳା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ କହିଛନ୍ତି।

nis-ad
Leave A Reply

Your email address will not be published.