ସ୍କୁଲ ଓ ଚର୍ଚ୍ଚ ଗୃହ ଉଦ୍ଘାଟନ କଲେ ବିଧାୟକ

ଦାରିଙ୍ଗବାଡ଼ି,୨୦/୧୦ : ଜୀ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗୁମିକିଆ ପଞ୍ଚାୟତ ଗସ୍ତ କରି ବିଭିନ୍ନ ସରକାରୀ ନୂତନ ଗୃହ ଉଦ୍ଘାଟନ କରିଛନ୍ତି । ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁକାଲାଦା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ସହ ଏକ ଚର୍ଚ୍ଚ ଗୃହ ଉଦ୍ଘାଟନ କରିଛନ୍ତି । ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ,ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ,ଶ୍ରାନିକେତା ସରପଞ୍ଚ ଗଙ୍ଗା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଜେଡି କର୍ମୀ ସହ ଅଂଚଳବାସୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.