ବ୍ରହ୍ମପୁର ଏସ୍‌ପି ଡ଼ା. ସର୍ବଣା ବିବେକଙ୍କ ପ୍ରୟାସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ…

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌ସେଜି ମେଡ଼ିକାଲରୁ ଦଲାଲ ମୁକ୍ତ କରିବା ପାଇଁ ବ୍ରହ୍ମପୁର ଏସ୍‌ପି ଡ଼ା. ସର୍ବଣା ବିବେକଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ନିଜ କାର୍ଯ୍ୟାଳୟରୁ ଟୁଇଟ୍ କରି ପ୍ରଶଂସା ସନ୍ଦେଶ ପ୍ରେରଣ କରିଛନ୍ତି । ବ୍ରହ୍ମପୁର ବଡ଼ମେଡ଼ିକାଲରେ ଦଲାଲ ମାନଙ୍କ ରାଜ ଚାଲିଥିବା କୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ବେଳେ ଏହାକୁ ଦମନ କରିବା ପାଇଁ ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ ମଙ୍ଗଳବାର ଏକ ଟିମ୍ ଗଠନ କରି ୬ ଜଣ ଦଲାଲକୁ ଗିରଫ କରିଥିଲେ । ଦଲାଲ ମାନଙ୍କ ଯୋଗୁଁ ସାଧାରଣ ରୋଗୀ ମେଡ଼ିକାଲରୁ ଉତମ ଚିକିତ୍ସା ପାଇବାରେ ବଚିଂତ ହେବା ସହିତ ଘରୋଇ ହସ୍ପିଟାଲରେ ଭର୍ତି ହୋଇ ବହୁ ଖର୍ଚ୍ଚାନ୍ତରୁ ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍‌ପି ଡ଼ା. ସରବଣା ବିବେକଙ୍କ ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଡ଼ିକାଲକୁ ଆସୁଥିବା ରୋଗୀଙ୍କୁ ହଇରାଣ ହେବାରୁ ବଚାଂଇବା ସହ ଉତମ ସେବା ଯୋଗାଇବାରେ ସହାୟକ ହେବ ବୋଲି ସେ ନିଜ ସନ୍ଦେଶରେ ଉଲ୍ଲେଖ କରିଛନ୍ତି ।

nis-ad
Leave A Reply

Your email address will not be published.