ନିର୍ଯ୍ୟାତିତ ଦୁଃଖିନୀ ମା କୁ ନ୍ୟାୟ ମିଳିବ କେବେ..? : ଅପେକ୍ଷାରେ ବିତିଲାଣି କୋଡ଼ିଏ ବର୍ଷ..

ଉମରକୋଟ : ବିବାହ ଆମ ସମାଜର ଏଭଳି ଏକ ସାମାଜିକ ଅନୁଷ୍ଠାନ ଯେଉଁଠି ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ପରିକ୍ରମା ଜରିଆରେ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଜନ୍ମ ଜନ୍ମାନ୍ତର ସାଥୀ ହେବାର ପ୍ରତିଶ୍ରୁତି ନେଇ ସୁସ୍ଥ ସୁନ୍ଦର ଗୋଟିଏ ପରିବାର ଗଠନ କରିବାର ସଂକଳ୍ପ ନିଆଯାଏ । ସୁଖ ଦୁଃଖ ମଧ୍ୟରେ କାଳତିପାତ କରିବାର ସ୍ବପ୍ନ ଦେଖିଥାନ୍ତି କିନ୍ତୁ କେତେବେଳେ କେଉଁ ପରିସ୍ଥିତି ଜୀବନ ରେ ଅନେକ ଝଡ଼ ଯେ ନ ଉଠିବ କିଏ ବା କହିପାରିବ..? ଏଠାରେ ସୂଚନା ଥାଉକି ସେହି ଭଳି ପବିତ୍ର ବନ୍ଧନରେ ଗୋଟିଏ ନୁହଁ ଦୁଇଟି ନୁହଁ ତିନିଟି ସନ୍ତାନ ଜନ୍ମ ହେବାର ପରେ ସୁଦ୍ଧା ଦୁଃଖର ଝଡ଼ ଯେ ଅତର୍କିତ ଭାବେ ଆସିବାର ସମ୍ଭାବନା ସ୍ଥିତିକୁ ଏଡ଼ାଇ ଦିଆଯାଇ ନପାରେ । ଏଭଳି ଏକ ଲୋମହର୍ଷକାରୀ ଦୁଃଖର କାହାଣୀ ଦେଖିବାକୁ ମିଳିଛି ଉମରକୋଟ ବ୍ଲକ୍ ଅନ୍ତର୍ଗତ ୨୩ନମ୍ବର ଅଞ୍ଚଳର ଜିତୁ ମଣ୍ଡଳ ଓ କୁମାରୀ ଚୁମକି ମଣ୍ଡଳଙ୍କର । ସୂଚନା ଅନୁଯାୟୀ ପ୍ରାୟ କୋଡ଼ିଏ ବର୍ଷ ହେବ ୨୩ ନମ୍ବର ଅଞ୍ଚଳର ଜ୍ୟୋତିଶ ମିସ୍ତ୍ରୀଙ୍କ ଝିଅ ଚପଲା ମିସ୍ତ୍ରୀଙ୍କୁ ୟୁ.ଭି. ଚାରି ନମ୍ବର ଡୋର୍ଗାଗୁଡ଼ାର ସନ୍ୟାସୀ ମଣ୍ଡଳଙ୍କ ଏକ ମାତ୍ର ପୁଅ ପରିମଳ ମଣ୍ଡଳଙ୍କ ସହ ଭାରତୀୟ ବୈଦିକ ରୀତିରେ ବିବାହ ହୁଏ । ବିବାହ ପରେ ସେମାନଙ୍କ ଔରସରୁ ଜନ୍ମ ନିଅନ୍ତି ଚାରୋଟି ସନ୍ତାନ । ପ୍ରଥମ ସନ୍ତାନଟି ସେମାନଙ୍କ ପାଖରେ ରହିବା ହୁଏତ ଈଶ୍ୱରଙ୍କ ଇଚ୍ଛାର ବିରୋଧରେ ଥିଲା , ଦ୍ଵିତୀୟରେ ଗୋଟିଏ କନ୍ୟା ସନ୍ତାନ, ତୃତୀୟରେ କନ୍ୟା ସନ୍ତାନ ଓ ଶେଷରେ ଗୋଟିଏ ପୁତ୍ର ସନ୍ତାନ ଯାହାର ଜନ୍ମ ମାମୁ ଘରେ ହୂଏ । ଦ୍ଵିତୀୟ କନ୍ୟାର ଯେତେବେଳେ ଆଠ ବର୍ଷ ସେତେବେଳେ ଦମ୍ପତ୍ତିଙ୍କ ମଧ୍ୟରେ ଆରମ୍ଭ ହୁଏ ମନମାଳିନ୍ୟ । ଘଟଣା କ୍ରମେ ପରିମଲ ମଣ୍ଡଳ ତାଙ୍କର ସ୍ତ୍ରୀ ଓ ଗୋଟିଏ କନ୍ୟା ସନ୍ତାନଙ୍କୁ ନେଇ ୨୩ ନମ୍ବର ସ୍ଥିତ ତାଙ୍କର ସ୍ୱଶୁର ଘରେ ଛାଡି ଆସିଥିଲେ । ଛାଡ଼ିବାର ଏକ ସପ୍ତାହ ପରେ ଜିତୁ ଜନ୍ମ ଗ୍ରହଣ କରେ ତାଙ୍କ ମାମୁଁ ଘରେ । ମାମୁଁ ଘର ଲୋକଙ୍କ ସବୁ ଠିକ୍ ହୋଇଯାଇ ବାଟହୁଡ଼ା ବାପା ପୁଅ ଜନ୍ମ ପରେ ଦେଖିବାକୁ ନିଶ୍ଚୟ ଆସିବ ବୋଲି ଆଶା ବାନ୍ଧିଥିଲେ କିନ୍ତୁ ସେମାନଙ୍କ ଆଶା ଆଶାରେ ହିଁ ରହି ଯାଇଥିଲା । ଜିତୁର ବୟସ ଏବେ ୧୯ ବର୍ଷ ସେ କଲେଜରେ ପାଠ ପଡ଼ୁଛନ୍ତି । ଏହି ୧୯ ବର୍ଷ ବୟସରେ ସେ ବାପା କିପରି କିମ୍ବା ବାପାଙ୍କର ସ୍ନେହ ଅବା ବାପାଙ୍କର କୋଳାଗ୍ରତର ଅବସର କ’ଣ ଜାଣି ନାହାନ୍ତି । କେବଳ ବହିରୁ ପଢ଼ିଛନ୍ତି,’ ପିତରି ପ୍ରିତୀମା ପହ୍ନେ, ପ୍ରୀୟନ୍ତେ ସର୍ବ ଦେବତା ‘ । ଏପରିକି ବାପା ସେମାନଙ୍କ ଦୁଇ ଭାଇ ଭଉଣିଙ୍କୁ ପାଠ ପଢ଼ାଇବାର ଦାୟୀତ୍ବ ରୁ ମଧ୍ୟ ବଞ୍ଚିତ କରି ଆସୁଛନ୍ତି । ବାପା ନା ଦେଉଛି ପିତୃତ୍ୱର ଅଧିକାର ନା ଦେଉଛି କୌଣସି ପୈତୃକ ଦଲିଲ୍ ଦସ୍ତାବିଜ୍ । ଏପରି ଅବସ୍ଥାରେ ମାଆ ଚପଲା ମଣ୍ଡଳ ୧୮ ଅପ୍ରେଲ ୨୦୧୦ରେ ପରିମଳ ମଣ୍ଡଳଙ୍କ ବିରୋଧରେ ଉମରକୋଟ ଥାନାରେ ଏକ ଆରୋପ ଆଣିଥିଲେ । ଥାନା ଅଧିକାରୀ ସେକ୍ସନ 498(A)/494 ରେ ଏକ ମାମଲା ରୁଜୁ କରି ପରିମଳ ମଣ୍ଡଳଙ୍କୁ ଗିରଫ ମଧ୍ୟ କରିଥିଲେ ଯଦିଓ କିନ୍ତୁ ପରେ ଜମାନତରେ ବାହାରି ଆସିଥିଲେ । ତେଣେ ଆଜି ଯାଏଁ ଉକ୍ତ ମାମଲା ବିଚାରାଧୀନ ହିଁ ରହିଛି । ଉଲ୍ଲେଖ ଥାଉ କି ବଡ଼ ଝିଅ ଯିଏ କି ବାପାଙ୍କ ପାଖରେ ରହି ଯାଇଥିଲା ସେହି ଝିଅକୁ ଇତିମଧ୍ୟରେ ବାପା ବିବାହ ଦେଇଛନ୍ତି ଏବଂ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଅଛି । ବର୍ତ୍ତମାନ ଗୋଟିଏ ଭଉଣୀ ଓ ଗୋଟିଏ ଭାଇ ନିର୍ଯ୍ୟାତିତ ନିଷ୍ପେସିତ ଅବସ୍ଥାରେ ଦିନ ବିତାଉଛନ୍ତି ମାମୁଁ ଘରେ । ଜିତୁର ଭଉଣୀ ବିବାହ ଉପଯୁକ୍ତ ହେବାରୁ ବିନା ପିତୃତ୍ୱର ପରିଚୟରେ କେମିତି ବିବାହ ସମ୍ପାଦନ କରିବେ ସେହି ଚିନ୍ତାରେ ଦିନ ରାତି ଝୁରୁଛନ୍ତି ଉଭୟ ମାଆ ଓ ଝିଅ । ସାମ୍ପ୍ରତିକ ପରିସ୍ଥିତିରେ ପିତା ମାତାଙ୍କର ମନମାଳିନ୍ୟରେ ନିରୀହ ଭାଇ ଭଉଣୀର ଦୁଃଖ କହିଲେ ନ ସରେ,ଭାଇ ଭଉଣୀ ଯେପରି ତାଙ୍କରି ପିତୃତ୍ୱର ଅଧିକାର ପାଇ ପାରିବେ ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ବୋଲି ଏହି ପରିପ୍ରେକ୍ଷୀରେ ୨୩ ନମ୍ବର ଗ୍ରାମର ବୁଦ୍ଧିଜୀବୀ ଗୋଳକ ମଣ୍ଡଳ, ରବୀନ ରାୟ, ନିତ୍ୟାନନ୍ଦ ବାଛରଙ୍କ ସମେତ ନିର୍ମଲ ମିସ୍ତ୍ରୀ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.