ବ୍ରହ୍ମପୁର ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରହିଥିବା ବିଚାରଧୀନ ମାମଲାର ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ କରିବା ଏସ୍‌ପି ଶ୍ରୀ ବିବେକ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଠିକ୍ ତଦନ୍ତ କରିବା କୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ସାଇବର ସୁକ୍ୟୁରିଟ ଏକ୍ସପୋର୍ଟ ଦେବେନ୍ଦ୍ର ରେଡ଼ୀ ଯୋଗଦେଇ ବର୍ତମାନ ହେଉଥିବା ବିଭିନ୍ନ ପ୍ରକାର ସାଇବର କ୍ରାଇମ୍ ଉପରେ ସର୍ବିଶେଷ ତଥ୍ୟ ଏବଂ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସାଇବର ଠକଙ୍କ ବିଭିନ୍ନ ଠକିବା ପ୍ରକିୟା ଉପରେ ବିଶେଦ ଭାବରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଏସ୍‌ପି ଅଶିମ ପଣ୍ଡା, ରମେଶଚନ୍ଦ୍ର ସେଠୀଙ୍କ ସମେତ ସମସ୍ତ ଏସ୍‌ଡ଼ିପିଓ, ଥାନା ଅଧିକାରୀ ଏବଂ ତଦନ୍ତକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.