କୁହୁଡ଼ି ଯୋଗୁଁ କୋଚିଲାଗଡ଼ ଚେକ ପୋଷ୍ଟରେ ଦୁଇ ବାଇକ୍ ଆରୋହୀ ଦୁର୍ଘଟଣା ଗସ୍ତ ଦୁଇ ଗୁରୁତର…

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ କୋଚିଲାଗଡ଼ ଚେକ ପୋଷ୍ଟରେ ଭୋର ସକାଳୁ ଦୁଇଜଣ ମଟର ସାଇକେଲ ଆରୋହୀ ବାଡେ଼ଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି l ସୂଚନା ପ୍ରକାରେ ଦୁହେଁ ବପଲମେଣ୍ଡି ଗ୍ରାମର ମାନସ କହଁର ଓ ଲୁଜୁରାମୁଣ୍ଡl ଗ୍ରାମର ନବୀନ ବିଷୋୟୀ ବୋଲି ଜଣାପଡିଛି l କୌଣସି ଏକ କାମରେ ଭୋର ସକାଳୁ ଶଙ୍କରାଖୋଲ ଠାରୁ ଟିକାବାଲି ଅଭିମୁଖେ ଗ୍ରସ୍ତ କରୁଥିବା ବେଳେ ପ୍ରବଳ କୁହୁଡି ଆଖି ନଦିଶିବା ଫଳରେ

କୋଚିଲାଗଡ଼ରେ ରଖା ଯାଇଥିବା ଚେକ ପୋଷ୍ଟରେ ଗାଡି ବାଡେଇ ହୋଇ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଦେଖି ଥିଲେ l ସ୍ଥାନୀୟ ବାସିନ୍ଦା କହିବା ଅନୁସାରେ ପ୍ରଥମେ 108 କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ନମ୍ବର ନ ଲାଗିବାରୁ ଟିମ ହ୍ୟୁମାନିଟିର ଆବାହକ ଭି ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ ଭୋର ଭୋରରୁ ଲୋକନାଥ ରାଜୁଙ୍କ ଯୋଗା ଯୋଗରେ ଟିମ ହ୍ୟୁମାନଟି ସଦସ୍ୟ ଅବିଳମ୍ଭେ ଟିକାବାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଇଥିଲେ । ଡକ୍ଟର ପ୍ରାଥମିକ ଚିକିତ୍ସା ପରେ ମାନସର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡକ୍ଟର ମାନସକୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ ପାଇଁ ପରାମର୍ଶ ଦେଇଥିଲେ l

nis-ad
Leave A Reply

Your email address will not be published.