ନୂଆ ଜାତୀୟ ରାଜପଥରେ ନିର୍ମାଣ ହେବ ‘ହେଲିପ୍ୟାଡ୍‌’: ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜନସ୍ଥାନାନ୍ତରଣ ନିମନ୍ତେ ଦେଶର ସମସ୍ତ ନୂତନ ଜାତୀୟ ରାଜପଥରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ ବୋଲି ମଙ୍ଗଳବାର ଦିନ ‘ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀ’ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।
ସମ୍ମଳନୀରେ ଉଦ୍‌ବୋଧନ ଦେବା ବେଳେ ସିନ୍ଧିଆ କହିଛନ୍ତି, ସମସ୍ତ ନୂତନ ରାଜପଥ ପାଖରେ ହେଲିପ୍ୟାଡ୍‌ ନିର୍ମାଣ କରାଗଲେ ଭିତ୍ତିଭୂମି ମହଜୁଦ ରହିବ ବୋଲି ଆମେ ସଡ଼କ ପରିବହନ ମନ୍ତ୍ରାଳୟ ସହିତ କଥାବାର୍ତ୍ତା କରିଛୁ। ଜରୁରୀକାଳୀନ ସମୟରେ ହେଲିପ୍ୟାଡ୍‌ ତୁରନ୍ତ ଜନସ୍ଥାନାନ୍ତରଣରେ ସାହାଯ୍ୟ କରିବ।
ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳର ସମସ୍ତ ପ୍ରତିନିଧି ଯୋଗ ଦେଇଥିଲେ।
‘ଟାୟର୍‌-ଟୁ’ ଓ ‘ଟାୟର୍‌-ଥ୍ରି’ ସହରଗୁଡ଼ିକୁ ବିମାନ ଯୋଗାଯୋଗ ନିମନ୍ତେ ସୁବିଧା କରିବା ଲାଗି ‘ଏୟାର୍‌ ଟର୍ବାଇନ୍‌ ଫୁଏଲ୍‌’ (ଏଟିଏଫ୍‌) ଉପରୁ ‘ଭାଟ୍‌’ ହ୍ରାସ କରିବା ଲାଗି ମଙ୍ଗଳବାର ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ ପଶ୍ଚିମବଙ୍ଗ, ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ, ବିହାର ଓ ପଞ୍ଜାବ ସମେତ ୮ଟି ରାଜ୍ୟକୁ ଅନୁରୋଧ କରିଛନ୍ତି।

‘ଏଟିଏଫ୍‌’ ଉପରୁ ‘ଭାଟ୍‌’ ହ୍ରାସ କଲେ ଉକ୍ତ ୮ଟି ରାଜ୍ୟକୁ ବିମାନ ଚଳାଚଳ ବୃଦ୍ଧି କରାଯିବ ବୋଲି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନେ ଯୋଗ ଦେଇଥିବା ଉକ୍ତ ୨ଦିନିଆ ସମ୍ମିଳନୀର ଚୂଡ଼ାନ୍ତ ଅଧିବେଶନରେ ସିନ୍ଧିଆ ପ୍ରତିଶ୍ରୁତି ଦେଇଛନ୍ତି।

nis-ad
Leave A Reply

Your email address will not be published.