ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟକାରୀ ସମିତି ବୈଠକ ଏବଂ ଏନଜିଓ ସମୀକ୍ଷା ବୈଠକ -୨୦୨୨ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟ କାରୀ ସମିତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ପାଟିଲ ଆଶିଷ ଈଶ୍ବର ( ଭା. ପ୍ର. ସେ. )ଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ସ୍ବାଗତ ଭାଷଣ ଦେଇଥିଲେ ଓ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ସଂଯୋଜନା କରିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ସମିତିର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ପର୍ଯ୍ୟଲୋଚନା କରାଯାଇଥିଲା । ୨୦୨୧-୨୦୨୨ ବର୍ଷରେ କୟାକଳ୍ପ ( ସ୍ଵଚ୍ଛତା ପୁରସ୍କାର) ୧୦ ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡା , ୧୨ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୬ ଟି ଉପ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୁରସ୍କୃତ କରାଯାଇଥିଲା । କେନ୍ଦ୍ରୀୟ ସ୍ବତନ୍ତ୍ର ସହାୟତା ଯୋଜନାରେ ଚାରୋଟି ଅପହଞ୍ଚ ଅଞ୍ଚଳ ପାଇଁ ୪ଟି ଭ୍ରାମ୍ୟମାଣ ପ୍ରସବ ଯାନ ଓ ୪ଟି ବହୁମୂଖୀ ସ୍ବାସ୍ଥ୍ୟସେବା ଯାନ ଅନୁଦାନ, ୧୫ ତମ ଫାଇନାନ୍ସିଂ କମିଶନ ପି ଏମ – ଏ ବି ଏଚ ଆଇ ଏମ ,ଏନ ଏଚ ଏମ , ବିଜୁ କନ୍ଧମାଳ ଯୋଜନା ଓ ନୀତି ଆୟୋଗ, କେନ୍ଦ୍ର ସରକାରଙ୍କ ତରଫରୁ ଉତ୍ତମ କାର୍ଯ୍ୟ ପାଇଁ ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଆକାଂକ୍ଷା ଜିଲ୍ଲା ହିସାବରେ ସର୍ବ ଭାରତୀୟ ସ୍ତରରେ ଦିତୀୟ ପୁରସ୍କାର ବାବଦର ଅନୁଦାନ ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ତିନୋଟି ପୁଷ୍ଟି ପୁନର୍ବାସ କେନ୍ଦ୍ରର ଶତପ୍ରତିଶତ ସେବା, ବାଲିଗୁଡା ଓଫୁଲବାଣୀରେ ଥିବା ଦୁଇଟିଏସଏନସିୟୁର ଶତ ପ୍ରତିଶତ ସେବା, ଏନଏଚଏମ ପିପି ରେ ଆସିଥିବା ଅନୁଦାନର ଶତପ୍ରତିଶତ ବିନିଯୋଗ କରିବା , ବିଭିନ୍ନ ଯୋଜନା ତଥା ମ୍ୟାଲେରିଆ, ଅଣ ସଂକ୍ରାମକ ରୋଗ, ଯକ୍ଷ୍ମା ରୋଗ, କୁଷ୍ଠ ରୋଗ , ମାନସିକ ସ୍ବାସ୍ଥ୍ୟ, ଭୌତିକ ଚିକିତ୍ସା, ଡାଇଲିଶିଷ ସେବା ,ବାଲ ସ୍ବାସ୍ଥ୍ୟ କାର୍ଯ୍ୟ କ୍ରମ,କିଶୋରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ,ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଯୋଜନା, ନିର୍ମଳ ଯୋଜନା,ଏମଏଚ ୟୁ, ଆନୁଷ୍ଠାନିକ ପ୍ରସବ, ଅନ୍ଧତ୍ବ ନିରାକରଣ ଯୋଜନା ଏବଂ ଜିଲ୍ଲାରେ ଏନଜିଓ ମାନଙ୍କ ଦ୍ଵାରା ଚାଲୁଥିବା ସେବା ବିଷୟରେ ଆଲୋଚନା କରାଯାଇ ଜନସାଧାରଣ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆଲୋଚନା କରାଯାଇ ନିଷ୍ପତି ହୋଇଥିଲା । ବିଭିନ୍ନ ବିଭାଗ ଦ୍ବାରା କରାଯାଉଥିବା ନିର୍ମାଣ କାମକୁ ଠିକ ସମୟ ପୂର୍ବରୁ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ସି ଟି ସ୍କାନ ସେବା ଡ଼ିଏଚଏଚ ରେ ଶୀଘ୍ର ଚାଲୁ କରିବା ପାଇଁ ନିର୍ଦେଶ ଦେଇଥିଲେ । ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ବ୍ଲକ ଯାଇ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏନଜିଓ ମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସେମାନଙ୍କୁ ଅର୍ଥ ରାଶିର ସଠିକ ବିନିଜ କରିବା ଓ ଗାଇଡଲାଇନି ଅନୁସାରେ ସେବା କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହାକୁ ଶ୍ରୀଯୁକ୍ତ ଆଶିଷ କୁମାର ମହାନ୍ତି, ମାତୃ ଓ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ପରିଚାଳନା କରିଥିଲେ ଏବଂ ଅନ୍ୟ ଡି ପି ଏମୟୁ ସ୍ଟାଫ ଯଥା ବିତ୍ତ ପରିଚାଳକ, ତଥ୍ୟ ପରିଚାଳକ, ବାଲ ସ୍ବାସ୍ଥ୍ୟ ପରିଚାଳକ, ଆଶା ପରିଚାଳକ , ଏନଜିଓ ପରିଚାଳକ, ଲିଗାଲ ପରିଚାଳକ, ଦୀପ୍ତି , ରାଜେନ୍ଦ୍ର ଟୁକୁନା ଆଦି ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.