ରାଜଧାନୀରେ ବିଭିନ୍ନ ସାମଗ୍ରୀ ସହ ୪ ଡକାୟତ ଗିରଫ

ଭୁବନେଶ୍ୱର, ୧୮/୧୦: ରାଜଧାନୀରେ ଡକାୟତି ଉଦ୍ୟମ ପଣ୍ଡ । ଡାକାୟତି କରୁଥିବା ବେଳେ ଚାରି ଡକାୟତଙ୍କୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି । ଘଟଣା ସ୍ଥଳରୁ ଜଣେ ଡକାୟତ ଫେରାର ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି ।

ଡକାୟତ ମାନଙ୍କ ନିକଟରୁ ଦୁଇଟି ପଲସର, ଭୁଜାଲି, ରଡ୍, ଲଙ୍କା ଗୁଣ୍ଡ ଓ  ଅନ୍ୟାନ୍ୟ ସମାଗ୍ରୀ ଜବତ କରିଛି ପୋଲିସ୍‌ । ଏନେଇ କମିଶନରେଟ୍‌ ପୋଲିସ୍‌ ଡିସିପି ପ୍ରତୀକ ଗୀତା ସିଂହ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.