ବ୍ରହ୍ମପୁର ଏସ ପି ଡ଼.ସର୍ବଣା ବିବେକ ଙ୍କ ଅପରେସନ ଦଲାଲ : ଏମକେସିଜି ରୁ ଗିରଫ ହେଲେ ୬ ଦଲାଲ…

୬ ଦଲାଲଙ୍କୁ ରୋଗୀ ବେଶରେ ଧରିଲା ବ୍ରହ୍ମପୁର ପୁଲିସ

ଦଲାଲମାନେ ଗିରଫ ହେବା ପରେ ଡାକ୍ତର ,ଔଷଧ ଦୋକାନୀ ଓ କିଛି କ୍ଲିନିକ ମୁଣ୍ଡ ରେ ଚଡକ..!

ବ୍ରହ୍ମପୁର,:ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଦଲାଲ କବ୍ଜଜାରେ ରହିଥିଲା ପ୍ରତ୍ୟେକ ଦିନ ରୀତିମତ ଗଣମାଧ୍ୟମ ରେ ଏହାକୁ ନେଇ ଖବର ପ୍ରକାଶ ପାଉ ଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଦୁଷ୍ଟନ୍ତ ମୂଳକ ପଦକ୍ଷେପ ନିଆ ଯାଉ ନଥିଲା ଲ ବ୍ରହ୍ମପୁର ଏସ ପି କାର୍ଯ୍ୟ ଭାର ସମ୍ଭାଳିବା ଦିନ ଠାରୁ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉଥିବା ନଜର କୁ ଆସୁଛି ଯାହାକୁ ନେଇ ଅଂଚଳରେ ଥିବା ବୁଦ୍ଧି ଜୀବିଙ୍କ ପ୍ରଶଂସା ର ଛୁଅଛୁଟୁଛି ତଳ ଦିନେ ଏକ ଅଲଟ୍ରାସାଉଣ୍ଡ କ୍ଲିନିକ ଉପରେ ଚଢ଼ାଉ କରି ବେନାମୀ ସ୍ଵାସ୍ତ୍ୟ ଶିବିରରେ ଆଲୋଡନ ସୃଷ୍ଟି କରିଥିଲେ l ଆଜି ପୁଣି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୬ଜଣ ଦଲାଲଙ୍କୁ ରୋଗୀ ବେଶରେ ଧରିଲା ବ୍ରହ୍ମପୁର ପୁଲିସ । ସେମାନେ ହେଲେ ଖଣ୍ଡିଆ କୁମୁଟି ସାହି ସ୍ଥିତ ଶିବ ରାମ ନଗରର ମନୋରଞ୍ଜନ ପଣ୍ଡା,ଭାବିନିପୁର ଅଞ୍ଚଳର ବସନ୍ତ କୁମାର ସାହୁ,ହିଂଜିଲିକାଟୁ ଥାନା ଅଧିନ କଞ୍ଚୁଡୁ ଗ୍ରାମର ବିସିକେଶ ନାୟକ, ଶୈଳେନ୍ଦ୍ର ନାୟକ ,ସିଦ୍ଧାନ୍ତ ନଗର ପ୍ରଥମ ଲାଇନର ନିରଞ୍ଜନ ବଡ଼ତ୍ୟା,ନୟାଗଡ଼ ତଥା ବର୍ତ୍ତମାନ ରହୁଥିବା ନୀଳାଚଳ ନଗର ୫ମ ଲାଇନର ଭାବଗ୍ରାହୀ ଶ୍ରୀଚନ୍ଦନ ରାୟ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ସକ୍ରିୟ ହୋଇଛନ୍ତି ଦଲାଲ । ଏମକେସିଜି ମେଡ଼ିକାଲକୁ ଆସୁଥିବା ରୋଗୀଙ୍କୁ ଆଉଟଡୋରରୁ ବାହାରର ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ଡାକି ନେଉଥିଲେ ଏହି ଦଲାଲ । କଡ଼ାଆଇନ ପରେ ବି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଦଲାଲଗିରିଙ୍କ ରାଜ୍ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗକୁ ବ୍ରହ୍ମପୁର ପୁଲିସ ଗୁରୁତର ସହ ନେଇ ଆରମ୍ଭ କରିଥିଲା ଅପରେସନ ଦଲାଲ । ଦୀର୍ଘ ୩ବର୍ଷ ପରେ ଏହି ଅପରେସନ ଦଲାଲ ପୁଣି ଆରମ୍ଭ ହୋଇଥିବା ଜଣାପଡିଛି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଦଲାଲମାନେ ସକ୍ରିୟ ହୋଇ ରହିଥିବା ଖବର ମିଳିବା ପରେ ଆଜି ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକ ଏମ ୧୫ ଜଣିଆ ଟିମ ଗଠନ କରି ସେମାନଙ୍କୁ ନାନା ରୋଗରେ ଆକ୍ରାନ୍ତଥିବା ରୋଗୀ ଭଳି ଗାଉଳିଆ ବେଶରେ ବିଭିନ୍ନ ୱାର୍ଡକୁ ପଠାଇଥିଲେ ।ସବୁଠାରୁ ବଡ଼ କଥା ହେଲା କୌଣସି ଥାନାକୁ ସୂଚନା ନ ଦେଇ ଏସପି ନିଜେ ଏହି ଅପରେସନର ନେତୃତ୍ୱ ନେଇଥିଲେ। ସେହି ୧୫ଜଣିଆ ଟିମରେ କନେଷ୍ଟବଳମାନେ ଗାଉଳିଆ ବେଶରେ ଥିଲେ । କିଏ ଲୁଙ୍ଗି ଟାୱଲ ପିନ୍ଧିଥିଲେ ତ ଆଉ କିଏ ହାପ ପ୍ୟାଣ୍ଟ ସହ ମଇଳା ସାର୍ଟ ପିନ୍ଧିଥିଲେ। ସେମାନେ ବିଭିନ୍ନ ୱାର୍ଡକୁ ଯିବା ପରେ ଦଲାଲମାନେ ତାଙ୍କ ପାଖକୁ ଆସିଥିଲେ। ଦଲାଲଙ୍କୁ ଦେଖି ଜଣେ କନେଷ୍ଟବଳ କାହ୍ନା ଡାକୁଆ ସୁରାଟା ଯିବାର ଅଛି ଜଲ୍ଦି ଡାକ୍ତରଙ୍କୁ ଦେଖା କରାଇଦେବାକୁ କହିଥିଲେ। କାହ୍ନାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରୁ ଘରୋଇ ଡାକ୍ତରଖାନାକୁ ନେବା ବେଳେ ସେହି ଦଲାଲଙ୍କୁ ପୁଲିସ କାବୁ କରିଥିଲା। ସେହିପରି ଅନ୍ୟ ଏକ କନେଷ୍ଟବଳ ଟୁଙ୍ଗୁରୁ ମାଳ ବିଷୋୟୀ କୌଣସି ଏକ ରୋଗରେ ପୀଡିତ ଥିବା ବେଳେ ତାଙ୍କୁ ବ୍ଲଡ଼ର ଆବଶ୍ୟକ ଥିଲା । ଏଥିପାଇଁ ଟୁଙ୍ଗୁରୁଙ୍କ ସହଯୋଗୀ କନେଷ୍ଟବଳ ଲକି ଦୋରା ରକ୍ତ ଭଣ୍ଡାର ନିକଟରେ ହାପ ପ୍ୟାଣ୍ଟ ପିନ୍ଧି ଦୁଃଖରେ ବୁଲୁଥିଲେ । ଏହି ସମୟରେ ଜଣେ ଦଲାଲ ଆସି କନେଷ୍ଟବଳ ଲକିକୁ ଭାଇ କଣ ହେଲା ଏତେ ବ୍ୟସ୍ତ ଜଣାପଡୁଛନ୍ତି । କଣ ଅସୁବିଧା ହୋଇଛି କି ? ନା କଣ ଦରକାର ଅଛି ଯଦି କୁହ ମୁଁ ସବୁ ରାଇଟ୍ କରିଦେବି । ତା ପରେ ଲକି ଦଲାଲକୁ କହିଥିଲେ କି ମୋ ଭାଇର ଦେହ ବହୁତ ଖରାପ ଅଛି ତାଙ୍କୁ ତିନୋଟି ବ୍ଲଡ଼ ଦରକାର । ଗୋଟେ ବ୍ଲଡ଼ ମୁଁ ମାଗଣାରେ ନେଲି ଆଉ ଦୁଇଟି ବ୍ଲଡ଼୍ ଦରକାର ଅଛି ଭାଇ ,ବାସ୍ ଏ କଥା ଶୁଣିବା ମାତ୍ରେକେ ହିଁ ସେହି ଦଲାଲ ଜଣକ କିଛି ଟେନ୍ସନ ନିଅନାହିଁ ତମେ ଅପେକ୍ଷା କର ମୁଁ ବ୍ଲଡ଼ କରିଦେବି କିନ୍ତୁ ପଇସା ଲାଗିବ କହି ରକ୍ତଭଣ୍ଡାର ଭିତରକୁ ଯାଇ ଫେରିଲା ବେଳକୁ ପୁଲିସ ସେହି ଦଲାଲକୁ କାବୁ କରିନେଲା । ଏହିପରି ଭାବେ ଦଲାଲମାନେ ବହୁ ଦୂରଦୂରାନ୍ତ ଗାଁରୁ ଆସୁଥିବା ରୋଗୀଓ ସମର୍କୀୟଙ୍କୁ ମିଥ୍ୟା କଥା ,ପ୍ରହଲୋଭନ ଦେଖାଇ ହଜାର ହଜାର ଟଙ୍କା ଲୁଟିନେଉଥିଲେ । ମିଳିଥିବା ସୂଚନା ପ୍ରକାରେ ଏମକସିଜି ମେଡିକାଲକୁ ଆସୁଥିବା ରୋଗୀଙ୍କୁ କେତେକ ଔଷଧ ଦୋକାନ ଓ ଘରେଇ କ୍ଲିନିକର ଦଲାଲମାନେ ଡାକ୍ତରଙ୍କ ଚିରକୁଟିକୁ ରୋଗୀଙ୍କ ହାତରୁ ନେଇ ରୀତମତ ଔଷଧ ଆଣି ଦେଉଥିଲେ । ସେଥିରେ ଡାକ୍ତର ଲେଖିବା ଔଷଧ ନଥାଇ ଜେନେରିକ ଔଷଧ ରହୁଥିଲା ।ଆଜି ରୋଗୀ ଭେଷରେ ଥିବା କନେଷ୍ଟବଳ କୈଳାଶ ଗମାଙ୍ଗ ମେଡିକାଲକୁ କୌଣସି ଏକ ରୋଗର

ଚିକିତ୍ସାଆସିଥିଲେ । ଚିକିତ୍ସା ସରିବା ପରେ କୈଳାଶ ଔଷଧ ଆଣିବାକୁ ନିରାମୟ କାଉଣ୍ଟକୁ ଯିବା ବେଳେ ଜଣେ ଦଲାଲ ତାଙ୍କ ସହ ଭେଟି ନିରାମୟରୁ ଔଷଧ ନିଅ ନାହିଁ ଭାଇ ,କିଛି କାମ କରୁନି ,ଏଠାରୁ ମେଡ଼ିସିନ ନେବା ଅପେକ୍ଷା ମେଡ଼ିକାଲ ପଛପଟେ ଥିବା ଏକ ଦୋକାନରୁ କମ ଟଙ୍କାରେ ମେଡ଼ିସିନ ନେବା ତାହାଠାରୁ ବହୁତ ଭଲ ବୋଲି କହିଥିଲେ । ଏହା ଶୁଣିବା ପରେ ଅପରେସନ ନିୟୋଜିତ ଥିବା ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ । ପରେ ଆଉଟଡୋରରେ ବୁଲୁଥିବା ଅନ୍ୟ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ। ତେବେ ମୋଟ ୬ଜଣ ଦଲାଲକୁ ଗିରଫ କରି କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଥିବା ଏସପି କହିଛନ୍ତି । ସମସ୍ତ ଦଲାଲଙ୍କୁ ମେଡିକାଲ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଘଟଣା ସ୍ଥଳେ ଏସପି ଶ୍ରୀ ବିବେକ ଏମଙ୍କସମେତ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଓ ମେଡିକାଲ ଫାଣ୍ଡି ଅଧିକାରୀ ଭୈରବ କୁମାର ଭୂୟାଁ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ଘଟଣାର ତଦନ୍ତ ଜାରି ରହିଛି। ଏମାନଙ୍କ ଲିଙ୍କରେ ଯେଉଁ ମାନେ ଅଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ବର୍ତ୍ତମାନ କିଛି ମେଡିସିନ ଦୋକାନୀ, କିଛି କ୍ଲିନିକ କର୍ମଚାରୀ ଏବଂ ମେଡିକାଲ କର୍ମୀମାନେ ଏବେ ଦଲାଲମାନଙ୍କର ଫୋନ ନଂ ଡିଲେଟ କରିବା ସହ ହ୍ଵାଟସଅପ୍ ଚାଟ୍ କୁ କ୍ଲିର କରୁଛନ୍ତି ବୋଲି ଚର୍ଚ୍ଚା ଜୋରଧରିଛି ।ଏହି ଦଲାଲମାନଙ୍କ ମଧ୍ୟରେ କିଛି ଜଣ ମେଡିକାଲ କର୍ମଚାରୀଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ଦଲାଲଙ୍କ ନିକଟରୁ ମୋବାଇଲ୍, ବାଇକ୍ ଏବଂ କିଛି ଟଙ୍କା ଜବତ ହୋଇଛି । ଏହି ଦଲାଲ ମାନଙ୍କୁ ନିୟଜିତ କରିଥିବା ଡାକ୍ତର, କ୍ଲିନିକ ଏବଂ ଔଷଧ ଦୋକାନୀ ମାନଙ୍କ ବିରୋଧ ରେ କଣ ପଦକ୍ଷେପ ନେଉଛି ପ୍ରଶାସନ ଦେଖିବାକୁ ବାକି ରହିଲା l ଏଠାରେ ସୂଚନା ଥାଉକି ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକଙ୍କ ଏହି କାର୍ଯ୍ୟ କୁ ସହରର ବୁଦ୍ଧି ଜୀବି ଓ ସାଧାରଣ ପ୍ରଶଂସା କରିଛନ୍ତି…

nis-ad
Leave A Reply

Your email address will not be published.