ବ୍ଲକସ୍ତରୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଜିଙ୍ଗା ରାଇକିଆ ଚାମ୍ପିଅନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କେଳାପଡା ପଞ୍ଚାୟତ ଗେରୁପଡା ନଦୀ ଖଣ୍ଡି ଖେଳପଡିଆ ବ୍ଲକ ସ୍ତରୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ କନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳ ବେହେରା, ଖଜୁରିପଡା ପୂର୍ବତନ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ସାଂସଦ ପ୍ରତିନିଧି ସହଦେବ ପାତ୍ର, ବରିଷ୍ଠ ସାମ୍ବାଦିକ ଉତ୍ତମ ଖମାରୀ, ସାମ୍ବାଦିକ ସଞ୍ଜୟ କୁମାର ସାହୁ, ମନୋଜ କୁମାର ସାହୁ, ଅନ୍ୟ ମାନଙ୍କ ମଧ୍ୟରୁ କେଳାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ,ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଏସିଆ କହଁର, ମହାସଂଘ ସ୍ବୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ଯୋଶଦା ମାଝୀ,ସମାଜ ସେବୀ ଇଶ୍ଵର ବେହେରା, ଗ୍ରାମ ରୋଜଗାର ସେବକ ପୁରଞନ କହଁର , ନେହେରୁ ଯୁବକ କେନ୍ଦ୍ର ସଂଯୋଜକ ଶୁଭଦ୍ରା କହଁର,ଟ୍ରେସା ମଲ୍ଲିକ,ପାମ ମଲିକ,ଦୁଖି ନାୟକ, ଡାକ୍ତର ନଳିନି କାନ୍ତ ମିଶ୍ର, ଯୋଗଦେଇ ଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ ଗେରୁପଡା ମାଁ ପିତା ବଳୀ ସାଂସ୍କୃତିକ କଳା ପରିଷଦ ଯୁବକ ସଂଘ । ଏହି ଖେଳକୁ ୪ ଦିନ ଆୟୋଜନ ହୋଇଥିବା ବେଳେ ଆଜି ଦିନ ୩ ଟା ସମୟରେ ଫୁଟବଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏହି ଖେଳରେ ରାଇକିଆ ଜିଙ୍ଗା କ୍ଲବ ସହିତ ଆର୍ ନୂଆଗାଁ ମଧ୍ୟ ରେ ଫାଇନାଲ ଖେଳ ବହୁତ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରି ଥିଲେ ।ଏହି ଫୁଟବଲ ଖେଳକୁ ବିଶ୍ଵନାଥ କହଁର,କାମାକ୍ଷା ପ୍ରସାଦ ପ୍ରଧାନ, ଅଶ୍ଵିନୀ କୁମାର ପାତ୍ର,ତନ୍ମୟ ବିଶୋଇ ବହୁତ ସୁନ୍ଦର ଭାବରେ ଖେଳକୁ ପରିଚାଳନା କରିଥିବା ବେଳେ ଖେଳରେ ୮ ଟିମ୍ ଭାଗନେଇଥିବା ବେଳେ ଚାରିଦିନ ଧରି ଆୟୋଜନ କରିଥିଲେ ମାଁ ପିତା ବଳୀ ସାଂସ୍କୃତିକ କଳା ପରିଷଦ ଯୁବକ ସଂଘ,ଆଜି ଫାଇନାଲ ଦିନ ରେ ବହୁତ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରିଥିଲେ ଆର୍ ନୂଆଗାଁ ସହିତ ରାଇକିଆ ଜିଙ୍ଗା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ଆର୍ ନୂଆଗାଁ ଟିମ୍ କୁ ପରାସ୍ତ କରି ରାଇକିଆ ଜିଙ୍ଗା କ୍ଲବ ୧/୦ ଗୋଲରେ ବିଜୟୀ ହୋଇ ଥିଲା ‌। ଶେଷରେ ବିଜେତା ଓ ଉପ ବିଜେତା ଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଫୁଟବଲ ଖେଳ ପ୍ରଦର୍ଶନ ଦେଖିବା ନିମନ୍ତେ ଅନେକ ଦୂର ଦୂରଦୂରାନ୍ତରୁ ଖେଳ ପ୍ରେମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.