ସହର ମଧ୍ୟରେ ପୂର୍ତ୍ତବିଭାଗର ରାସ୍ତାଗୁଡିକ ମରଣ ଯନ୍ତାରେ ପରିଣତ, ରାଜସ୍ବ ଆୟୁକ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ମାରକ ପତ୍ର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ଲୋକଙ୍କର ନିର୍ଭର ପେଣ୍ଟସ୍ଥଳୀ ବ୍ରହ୍ମପୁର ଜ଼ିଲ୍ଲା ଓ ଅlନ୍ତଃ ଜ଼ିଲ୍ଲାରୁ ବିଭିନ୍ନ କାର୍ଯ୍ୟର ସହର ମଧ୍ୟକୁ ଦୈନିକ ହଜାର ହଜାର ଯାନବାହାନ ସହ ସଧାରଣ ଜନତାଙ୍କ ଯିବା ଆସିବl ଲାଗିରହିଛି l ବିଭିନ୍ନ ସମସ୍ୟାର ସମାଧାନ ଓ କାର୍ଯ୍ୟକୁ ନେଇ ସହର ମଧ୍ୟକୁ ଆସୁଥିବା ଜନସାଧନାରଣ ସହର ମଧ୍ୟରେ ଥିବା ରସ୍ଥା ଦ୍ଵାରା ଛୋଟମୋଟ ଦୁର୍ଘଟଣା ସହ ଏହି ରସ୍ଥା ଯୋଗୁଁ ଟ୍ରାଫିକ ସମସ୍ୟାରେ ସମ୍ମୁଖୀନ ହୋଇ ମାନସିକ ଯନ୍ତ୍ରଣା ପାଉଛନ୍ତି l ଏବଂ ତାହାର ସମସ୍ୟା ବହୁଗୁଣିତ ହେଉଛି। ଏହିଥି ପାଇଁ ବିଶେଷ କରି ପୂର୍ତ୍ତ ବିଭାଗର ବିଭିନ୍ନ ବର୍ଗର ଯନ୍ତ୍ରୀମାନଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ହିଁ ବିଶେଷ ଭାବରେ ଦାୟୀ l ବାରମ୍ବାର ବିଭିନ୍ନ ସମୟରେ ବିଭିନ୍ନ ବର୍ଗରୁ ଏହାର ସମାଧାନ ପାଇଁ ପୂର୍ତ୍ତ ବିଭାଗକୁ ଜଣାଇବା ଓ ଅନୁରୋଧ କରିବା ସର୍ତ୍ତେ ସ୍ଥାୟୀ ସମାଧାନ ବର୍ଷବର୍ଷ ଧରି ବେଖାତର ଓ ଖାମଖିଆଲି ମନୋବୃତ୍ତିରେ କରୁନାହାଁନ୍ତି l ବିଭିନ୍ନ ସମୟରେ ଗଣମାଧ୍ୟମ ବ୍ୟକ୍ତି ବିଶେଷ ମାନେ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ସେମାନଙ୍କ ଦୃଷ୍ଟି ଆକର୍ଷ କରିଛନ୍ତି କିନ୍ତୁ ପୂର୍ତ୍ତବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛି l ୨୦୧୮ ରୁ ନଗର ନିର୍ବାଚନ ହୋଇନଥିଲା ଲୋକଙ୍କ ଗୁହାରୀ ଶୁଣିବାକୁ ନିକଟତମ ଜନପ୍ରତିନିଧି ନଥିଲେ l ଏବେ ମହାନଗର ନିର୍ବାଚନ ପରେ ପ୍ରତି ୱାର୍ଡରେ ଜନସାଧାରଣ ନିଜ ଦୁଃଖ ଜଣାଇବା ପାଇଁ ଜନପ୍ରତିନିଧ୍ ପାଖରେ ପାଇଲେ। ପ୍ରତ୍ୟେକ ଦିନ ବ୍ରହ୍ମପୁର ମହାନଗରର ରାସ୍ତାର ଦୁରାବସ୍ଥାକୁ ନେଇ ସାଧାରଣ ଜନତାଙ୍କ ଅଭିଯୋଗ ଏହି ମନମାନି କାର୍ଯ୍ୟ ଓ ସଦାସର୍ବଦା ଜଳ ଯୋଗାଣ ବିଭାଗକୁ ଦ୍ୱାହିଦେଇ ଖସିଯିବ ମନୋବୃତ୍ତି ଯୋଗୁଁ ବିଭିନ୍ନ ବର୍ଗର ନିର୍ବାଚିତ ପ୍ରତିନିଧି ମାନେ ଶରବ୍ୟର ଶିକାର ହେଉଛନ୍ତି l
ସମଗ୍ର ସହର ମଧ୍ୟରେ ଥିବା ପୂର୍ତ୍ତ ବିଭାଗର ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ, ପ୍ରତେକ ଦିନ ବଡଧରଣର ଦୁର୍ଘଟଣା ସହ ଛୋଟମୋଟ ଦୁର୍ଘଟଣାରେ ବହୁ ଲୋକଙ୍କ ଧନଜୀବନ କ୍ଷତି ଘଟୁଛି l ଏହାକୁ ନେଇ ଆଜି ବ୍ରହ୍ମପୁର ସହର ନିମ୍ନ ଦସ୍ତଖତକାରୀ ବିଭିନ୍ନ ୱାର୍ଡର କର୍ପୋରେଟର, ବରିଷ୍ଠ ଆଇନଜୀବ, ନଗରର ବୁଦ୍ଧିଜୀବି ମାନେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ଭେଟି ସ୍ମାରକ ପତ୍ର ଦିଆଯିବା ସହ ତାହାର ଏକକିତା ନକଲ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଫାଇଭ -ଟି ସଚିବ, ପୂର୍ତ୍ତ ବିଭାଗର ସଚିବ, ପୂର୍ତ୍ତବିଭାଗର ସର୍ବମୁଖ୍ୟ ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ, ଗଞ୍ଜାମ ଜ଼ିଲ୍ଲାପାଳଙ୍କୁ ମଧ୍ୟ ପ୍ରେରଣ କରାଯାଇଛି l ଏଥିରେ ଆଇନଜୀବି ଅଶୋକ ଶୁକ୍ଲା, କର୍ପୋରେଟର ନୀଳକଣ୍ଠ ସାହୁ, ଧିରେଶ ସାବତ, ବନିତା ସାହୁ, ପ୍ରହଲ୍ଲାଦ ପାଣିଗ୍ରାହୀ, ରାମ ପାତ୍ର, କରୁଣା କର ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.