ଏନୱାଇକେ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଭାରତର ପ୍ରତେକ ଜ଼ିଲ୍ଲାରେ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ଏକ ଅକ୍ଟୋବର ଠାରୁ ତିରିଶ ଅକ୍ଟବେର 2022 ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମକୁ ଭାରତର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସ ମାଧ୍ୟାମରେ ଶୁଭ ଉଦଘାଟନ କରିଛନ୍ତି l ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆଜି ଫୁଲବାଣୀ ସହର ଠାରେ ସ୍ଵଛ ଭାରତ କାର୍ଯ୍ୟକ୍ରମ କରା ଯାଇଛି l ଆଜିର ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ସରକାରୀ ITI ର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର,ସହକର୍ମୀ ସତ୍ୟବାନ ଦଳ ବେହେରା, ସ୍ୱେଚ୍ଛା ସେବୀ ମାନଙ୍କ ମଧ୍ୟ ରେ ସୋନାଲି ଡିଗାଲ , ରୀତିମା ବାଘ ,ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଡିଗାଲ , ମିନି କଂହର , ସୁଭଦ୍ରା ମଲ୍ଲିକ,ଗୋବିନ୍ଦ କହ୍ନର, ସମୀର ପ୍ରଧାନ, ସୁରଭି କହ୍ନର, ପାନୁଆଲ ଡିଗାଲ,ବିକାଶ ନାୟକ, ଦିଗବିଜୟ ପ୍ରଧାନ, ଅଜିତ ମଝିଆ ସେଠ,ଚନ୍ଦନ ପୃଷ୍ଟି ପ୍ରମୁଖ ଉପ ସ୍ଥିତ ଥିଲେ l ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୨୪ ହଜାର କିଗ୍ରା ପ୍ଲାଷ୍ଟିକ କଲେକସନ ହେବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଅବଗତ କରି ଥିଲେ l

nis-ad
Leave A Reply

Your email address will not be published.