ବିଦ୍ୟାଳୟ ପରିସରରେ ଭାରତର ପୂର୍ବତନ ରାଷ୍ଟପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଜୟନ୍ତୀ ପାଳିତ…

ଛତ୍ରପୁର :ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛତ୍ରପୁର ବିଦ୍ୟାଳୟ ପରିସରରେ ଭାରତର ପୂର୍ବତନ ରାଷ୍ଟପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଜୟନ୍ତୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ଦାଶଙ୍କ ତତ୍ତ୍ବାବଧାନରେ ପାଳନ କରାଯାଇଅଛି । ଇତ୍ୟ ଅବସରରେ ବିଦ୍ୟାଳୟର ଗୁରୁଜୀ ଶ୍ରୀ ସୁକାନ୍ତ କୁମାର ସାହୁ ଓ ଗୁରୁମା ଶ୍ରୀମତୀ ହରପ୍ରିୟା ଚୌଧୁରୀ ପିଲା ମାନଙ୍କୁ କାଲାମ୍ ଙ୍କ ଆଦର୍ଶ ଜୀବନ ଓ ଚିନ୍ତାଧାରାର ଉପରେ ଆଲୋକପାତ କରିଥିଲେ।ଏଥିସହତି କ୍ରୀଡା ଆଚାର୍ଯ୍ୟ ଶ୍ରୀ ଚତୁର୍ଭୁଜ ତ୍ରୀପାଠୀ ଓ ଏନ୍.ସି.ସି ଆଚାର୍ଯ୍ୟ ଶ୍ରୀ ଡି.ଗଣେଶ ରେଡ୍ଡୀଙ୍କ ସହଯୋଗ କ୍ରମେ ବିଦ୍ୟାଳୟର ଏନ୍.ସି.ସି ଶିଶୁ ମାନେ ଛତ୍ରପୁର ପୋଲିସ୍ ଥାନା ନିକଟସ୍ଥ କଲାମ୍ ଛକରେ ଥିବା ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ପ୍ରତିମୂର୍ତ୍ତିକୁ ସଫେଇ ସହ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.