ଜି.ଏନ୍.ସାଇବାବାଙ୍କ ଜେଲ୍ ରୁ ମୁକ୍ତି ରାୟକୁ ଉପେକ୍ଷା କରି ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ମହାରାଷ୍ଟ୍ର ସରକାର…

ନୂଆଦିଲ୍ଲୀ: ୧୪ ଅକ୍ଟୋବରରେ ୨୦୧୭ ମସିହାର ମାଓବାଦୀ କାର୍ଯ୍ୟକଳାପ ସହ ସଂପୃକ୍ତ ୬ ଆରୋପୀଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ରୋହିତ ଦେବ ଏବଂ ଜଷ୍ଟିସ ଅନିଲ ପଂସାରେ ଙ୍କ ଦୁଇ ଜଣିଆ ଖଣ୍ଡ ପୀଠ । ଶୁଣାଣି ମୁତାବକ ସଂପୃକ୍ତ ଆରୋପୀ ମାନଙ୍କର ମାଓବାଦୀ କାର୍ଯ୍ୟକଳାପ ସହ ସଂଶ୍ଳିଷ୍ଟତା ଥିବା କୌଣସି ଦୃଢ଼ ପ୍ରମାଣ ଅଦାଲତର ପରିସରଭୁକ୍ତ ହୋଇନଥିବା ସୂଚାଇ ଜି.ଏନ୍.ସାଇବାବା,ହେମ ମିଶ୍ରା,ପ୍ରଶାନ୍ତ ରାହି,ମହେଶ ତିର୍କୀ,ପାଣ୍ଡୁ ନରୋଟେ ତଥା ବିଜୟ ତିର୍କୀଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିବା ନିମନ୍ତେ ଆଦେଶ ଦେଇଛନ୍ତି । ପ୍ରକାଶ ଥାଉ କି ବିଗତ ଦିନରେ ଉକ୍ତ ଆରୋପୀ ମାନଙ୍କୁ ନିମ୍ନ ଅଦାଲତ UAPA ଅର୍ଥାତ୍ ବେଆଇନ୍ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ଏହା ଛଡ଼ା ଉଲ୍ଲେଖଯୋଗ୍ୟ ବିଷୟ ଏହା ଯେ,ଦିଲ୍ଲୀ ୟୁନିଭରସିଟିରେ କାର୍ଯ୍ୟରତ ଇଂରାଜୀ ବିଭାଗର ପ୍ରଫେସର ଥିଲେ ୯୦% ଶାରିରୀକ ଅକ୍ଷମ ଜି.ଏନ୍.ସାଇବାବା । ବିଗତ କିଛି ବର୍ଷ ଧରି ତାଙ୍କ

ଗିରଫଦାରୀକୁ ବିରୋଧ କରି ଅନେକ ବୁଦ୍ଧିଜୀବି,ଛାତ୍ର ସଂଗଠନ ତଥା ସାମାଜିକ କର୍ମୀ ଅନେକ ସମୟରେ ବିରୋଧ କରି ଆସୁଥିଲେ । ତେବେ ଭାରତର ଅନ୍ୟତମ ସ୍ୱନାମଧନ୍ୟା ଲେଖିକା ଅରୁନ୍ଧତୀ ରୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ ଯେ ତାଙ୍କ ବନ୍ଧୁ ଅର୍ଥାତ୍ ଜି.ଏନ୍.ସାଇବାବା ଅରୁନ୍ଧତୀଙ୍କ ସହ ମିଳିତ ଭାବେ ଅପରେସନ ଗ୍ରୀନ୍ ହଣ୍ଟ,ଯାହାକି ତାଙ୍କ ପ୍ରକାଶିତ ପ୍ରତିକ୍ରିୟା ଅନୁଯାୟୀ ସାଧାରଣ ଶିକ୍ଷାରୁ ବଞ୍ଚିତ ଦଳିତ ଆଦିବାସୀ ଜନ ଜୀବନ ମଧ୍ୟରେ ଦେଶର ସଶସ୍ତ୍ର ସେନା ବାହିନୀ,ଅର୍ଦ୍ଧ ସାମରିକ ସୁରକ୍ଷା ବଳୟର ଅନୈତିକ ପ୍ରବେଶ କରାଇ ଭୟ ତଥା ଯୁଦ୍ଧର ବାତାବରଣ ମଧ୍ୟରେ ରାଷ୍ଟ୍ରର ପୁଞ୍ଜିପତି ବର୍ଗଙ୍କ ଉଦ୍ଦେଶ୍ୟ ଚରିତାର୍ଥ କରିବା ଦିଗରେ ଆଦିବାସୀଙ୍କ ଦୀର୍ଘ ଦିନର ଅଧିକୃତ ଜମି,ଜଳ,ଜଙ୍ଗଲ,ଖଣି ଖାଦାନ ଉପରେ ଦଖଲ କରି ବିସ୍ଥାପନ ଏବଂ ବାସଚ୍ୟୁତ କରିବା ଉଦ୍ଦେଶ୍ୟକୁ ମାଓ ଦମନ ନାଆଁରେ ଅପରେସନ ଗ୍ରୀନ ହଣ୍ଟ କାର୍ଯ୍ୟକାରୀ କରାଯାଇଥିଲା । ଏଣୁ ରାଷ୍ଟ୍ର ଜି.ଏନ୍.ସାଇବାବା ତଥା ତାଙ୍କ ସହଯୋଗୀ ମାନଙ୍କୁ UAPA ଜରିଆରେ ଗିରଫ କରିଥିବା ଅନେକ ଚର୍ଚ୍ଚାକୁ ଆସିଥିଲା । ତେବେ ଇତିମଧ୍ୟରେ ମାମଲାର ଶୁଣାଣି ଜନିତ ବିଳମ୍ବ କାରଣରୁ ଅନ୍ୟ ଏକ ଆରୋପୀ ପାଣ୍ଡୁ ନାରୋଟେ ବିଚାରାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ।
ଗତକାଲି ଉପରୋକ୍ତ ଆରୋପୀ ମାନଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରାଯିବା ନିମନ୍ତେ ପ୍ରକାଶିତ ହାଇକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ପ୍ରକାଶ କରି ମହାରାଷ୍ଟ୍ର ସରକାର ଗତକାଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସରକାରଙ୍କ ଅନୁରୋଧକ୍ରମେ ଶନିବାର ଅର୍ଥାତ୍ ଆଜି ଭଳି ଏକ ଛୁଟି ଦିନରେ ଜଷ୍ଟିସ ଏମ୍.ଆର୍.ଶାହା ଏବଂ ଜଷ୍ଟିସ ବେଲା ଏମ୍.ତ୍ରିବେଦୀଙ୍କ ଦୁଇ ଜଣିଆ ବେଞ୍ଚ ଆଜି ଦିନ ୧୧.୦୦ ରେ ସମୂର୍ଣ୍ଣ ଘଟଣାର ନିରପେକ୍ଷ ବିଚାର ନିମନ୍ତେ ସ୍ବତନ୍ତ୍ର ଶୁଣାଣି କରିବେ ବୋଲି ସୂଚନା ମିଳିଛି । ଦେଖିବାକୁ ବାକି ରହିଲା ଯେ,ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଜି.ଏନ୍.ସାଇବାବାଙ୍କ ସମେତ ଅନ୍ୟ ୪ଜଣ ଆରୋପୀଙ୍କୁ ନାଗପୁର କେନ୍ଦ୍ରୀୟ କାରାଗାରର ଚାରି କାନ୍ଥ ମଧ୍ୟରୁ ମୁକୁଳିବା ଦିଗରେ ନିର୍ଦ୍ଦେଶ ଦେଉଛନ୍ତି ନା ପୂର୍ବବତ୍ ଆଜୀବନ କାରାଦଣ୍ଡର ଆଦେଶ ଦେଉଛନ୍ତି ।

nis-ad
Leave A Reply

Your email address will not be published.