ପାରିବାରିକ କଳହକୁ ନେଇ ଦିଅରକୁ ହତ୍ୟା କଲା ଭାଉଜ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଭାଉଜ ଦିଅରକୁ ହତ୍ୟା କରିଥିବା ଅଭିଯୋଗ । ମୃତକ ଜଣକ ହେଲେ ପ୍ରଦୀପ ନାୟକ । ହତ୍ୟା କରିଥିବା ମହିଳା ଜଣକ ହେଲେ କାମିନୀ ନାୟକ ‌।

ସୂଚନା ମୁତାବକ, ଆଜି ସକାଳେ ଘରେ କେହି ନଥିବା ସମୟରେ ମାରଣାସ୍ତ୍ରରେ କାମିନୀ,ପ୍ରଦୀପକୁ ଆକ୍ରମଣ କରି ହତ୍ୟା କରିଛି । ହତ୍ୟା ହୋଇଥିବା ନେଇ ଗାଁ ଲୋକେ ଜାଣିବା ପରେ ଗୋପାଳପୁର ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଗୋପାଳପୁର ଥାନା ଅଧିକାରୀ ଓ ଟିମ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାକାରୀ କାମିନୀକୁ ଅଟକ ରଖି ପଚରାଉଚରା କରୁଛି ।

୫ ବର୍ଷ ପୂର୍ବରୁ କାମିନୀଙ୍କ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ପ୍ରେମ ସମ୍ପର୍କକୁ ନେଇ ପୂର୍ବରୁ ଗାଁ କମିଟିରେ ବୈଠକ ହୋଇଥିଲା ଓ ଉଭୟ ଉଭୟକୁ ବିବାହ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ତେବେ କେଉଁ କାରଣ ଯୋଗୁଁ ହତ୍ୟା ହୋଇଛି ପୋଲିସର ତଦନ୍ତ ପରେ କାରଣ ଜଣାପଡ଼ିବ ।

nis-ad
Leave A Reply

Your email address will not be published.