ଗଞ୍ଜେଇ ବ୍ୟବସାୟୀଙ୍କ ଠାରୁ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ

ମାଲକାନଗିରି : ମାଲକାନଗିରି ଚୋରା ଗଞ୍ଜେଇ କାରବାରରେ ଲିପ୍ତ ଥିବା ଜଣେ ବ୍ୟକ୍ତି ଠାରୁ ଗୋଟିଏ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ବସଷ୍ଟେଣ୍ଡ ସାହିର ଟୁନୁ ଶଗଡିଆ ଦିର୍ଘ ଦିନ ଧରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସକୁ ଚଖମା ଦେଇ ବାହାର ରାଜ୍ୟରେ ରହୁଥିଲା । ତେବେ ଆଜି ଗଞ୍ଜେଇ ନେବା ଲାଗି ମାଲକାନଗିରି ଆସୁଥିବା ବେଳେ କମ୍ପାଖାରି ଚେକ୍ ପୋଷ୍ଟ ନିକଟରୁ ପୋଲିସ ତାଙ୍କୁ ଗିରଫ କରିଛି । ଟୁନୁ ଶଗଡିଆଙ୍କ ନାମରେ ମାଲକାନଗିରି ଜିଲ୍ଲାରେ ପୂର୍ବରୁ ଆଠଟି ଅପରାଧିକ ମାମଲା ରହିଛି । ହେଲେ ଦିର୍ଘ ଦିନ ଧରି ଫେରାର ଥିବା ଟୁନୁ ଶଗଡିଆଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ମାଲକାନଗିରି ଏସଡିପିଓ କହିଛନ୍ତି ।

nis-ad
Leave A Reply

Your email address will not be published.