ଜନ ଶୁଣାଣି କାର୍ଯ୍ଯକ୍ରମ ରେ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଶୂନ…

ଫୁଲବାଣୀ :- ପାବୁରିଆ ରେ ଇଣ୍ଟରନେଟ କାର୍ଯ୍ୟ ରେ ବାଧାପ୍ରାପ୍ତ ହେଉଥିବା ନେଇ ପାବୁରିଆ ସରପଞ୍ଚ ଙ୍କ ନେତୃତ୍ଵରେ ଗ୍ରାମବାସୀ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ଅଭିଯୋଗ ପତ୍ରରେ ଲିଖିତ ଏହି କି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଗ୍ରାମ ପଞ୍ଚାୟତର ଜନସଂଖ୍ୟା ୭୦୦୦ରୁ ଉର୍ଦ୍ଧ୍ବ l ଏହି ଗ୍ରାମରେ ବିଏସଏନଏଲ ଟାୱାର ଅଛି ଯାହା କେବଳ 2 ଜି କାମ କରୁଛି l ଫଳରେ ସରକାରୀ ଓବେସରକାରୀ ସ୍ତରରେ ହେବାକୁ ଥିବା ଯୋଜନା ଗୁଡିକ ଯାହାକି ଇଣ୍ଟରନେଟ ମାଧ୍ୟମରେ କରିବାକୁ ପଡିଥାଏ ସେଗୁଡିକ ହୋଇ ପାରୁ ନାହିଁ l ଏହି ସବୁ ଦୃଷ୍ଟିରୁ ବିଚାର କରି ପାବୁରିଆ ସରପଞ୍ଚ ସମିତି ସଭ୍ୟ ଓ ସ୍ଥାନୀୟ ବାସିନ୍ଦାଙ୍କ ଜରିଆରେ ଏକ ଲିଖିତ ଅଭିଯୋଗ ୧୧/୭/ ୨୦୨୨ ରେ ଟିକାବାଲି ବ୍ଲକ୍ ଜନଶୁଣାଣି କାର୍ଯ୍ଯକ୍ରମରେ ଦାଖଲ କରାଯାଇଥିଲା l କିନ୍ତୁ ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସରପଞ୍ଚ ସଞ୍ଜୟ କୁମାର ନାୟକ l ଏଥି ସହିତ ଯଥା ଶୀଘ୍ର ଏହାର ବିହିତ ବିଚାର ନ କରାଗଲେ ପାବୁରିଆ ଗ୍ରାମ ପଞ୍ଚାୟତବାସୀ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଲିଖିତ ଅଭିଯୋଗ କରିଛନ୍ତି l

nis-ad
Leave A Reply

Your email address will not be published.