ଗାଡ଼ିକୁ ପିଟିଲା ବାଇକ୍, ଆରୋହୀ ମୃତ

ବଲାଙ୍ଗୀର ୧୫।୧୦ :  ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ରାସ୍ତାକଡ଼ରେ ଥିବା ଗାଡ଼ିକୁ ପିଟିଲା ବାଇକ୍। ଘଟଣାସ୍ଥଳରେ ବାଇକ୍ ଅରୋହୀଙ୍କ ମୃତ୍ୟ । ମୃତକ ହେଲେ କୃଷ୍ଣଚନ୍ଦ୍ର ଭୋଇ । ତାଙ୍କ ଘର ଗାଇସିଲେଟ୍ ବ୍ଲକ କସଁଡୋଲ ଗାଁରେ।

ସେପଟେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଛି ବଲାଙ୍ଗୀର ପୋଲିସ । ଭାରି ଯାନ ସହର ଭିତରକୁ ପ୍ରବେଶ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ଜାତୀୟ ରାଜପଥ ଅବରୋଧ କରି ଗାଡ଼ିକୁ ଭାଙ୍ଗିବା ସହ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ଆନ୍ଦୋଳନକାରୀ। ଟାଉନ୍ ଥାନା ପୋଲିସ ପହଁଚି ଲୋକଙ୍କୁ ଘଉଡ଼ାଇଥିଲା।

nis-ad
Leave A Reply

Your email address will not be published.