ଧାମନଗର ଉପନିର୍ବାଚନ ପାଇଁ ଆଜି ଯାଞ୍ଚ ହେବ ପ୍ରାର୍ଥିପତ୍ର, ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ଯାଞ୍ଚ ହେବ । ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଗତକାଲି ସରିଛି ନାମାଙ୍କନ ଦାଖଲ । ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିଥିଲେ ।

ସେହିପରି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତୁରା ଶୁଭ୍ର ନାରାୟଣ ସେଠୀ ବି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗତକାଲି ସ୍ୱାଧୀନ ପ୍ରାର୍ଥୀ ଭାବରେ ସେ ନାମାଙ୍କନ ଦାଖଲ କରିଥିଲେ । ଫଳରେ ଧାମନଗରରେ ରୋଚକ ଲଢ଼େଇ ଦେଖିବାକୁ ମିଳିପାରେ । ଗୋଟିଏ ରାଜନୈତିକ ଦଳରୁ ଜଣେ ପ୍ରାର୍ଥୀ ହୋଇଥିବା ବେଳେ ଆଉ ଜଣେ ସ୍ୱାଧୀନ ଭାବରେ ନାମାଙ୍କନ ଦାଖଲ କରିବା ଧାମନଗର ରାଜନୀତିକୁ ଉଷ୍ଣ କରିଛି । ବିଜେପି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ବିଜେପି । ତାଙ୍କ ପ୍ରତି ଧାମନଗର ବାସିନ୍ଦାଙ୍କ ସହାନୁଭୂତି ରହିଛି ।

ଅନ୍ୟପଟେ ଉପନିର୍ବାଚନ ମୈଦାନରେ ମହିଳାଙ୍କୁ ପ୍ରାର୍ଥୀ କରି ଦଳୀୟ ଭୋଟ୍‌ବ୍ୟାଙ୍କ ଓ ମହିଳା ଭୋଟ୍‌ ହାତେଇବାକୁ ରଣନୀତି କରିଛି ବିଜେଡି । କିନ୍ତୁ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଥିବାରୁ ବିଜେଡି ଭୋଟ୍‌ ଭାଗ ହୋଇପାରେ । ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଅଛି । ରାଜେନ୍ଦ୍ର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନାହିଁ ତାକୁ ବି ଅପେକ୍ଷା ।

nis-ad
Leave A Reply

Your email address will not be published.