ଧାମନଗର ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଦଳ ୩୦ଜଣିଆ ତାଲିକା ଘୋଷଣା କରିଥିବା ବେଳେ ତାଲିକାରେ ରହିଛନ୍ତି ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ । ସେହିପରି ଦଳର ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନାଁ ମଧ୍ୟ ତାଲିକାରେ ରହିଛି ।

ଖାଲି ସେତିକି ନୁହେଁ କଂଗ୍ରେସର ପୂର୍ବତନ ୩ ପିସିସି ମୁଖ୍ୟଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛି । ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲାକା ଓ ଶରତ ରାଉତଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛି । ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜାଙ୍କ ସମେତ ୮ଜଣ ବିଧାୟକଙ୍କ ନାଁ ଏହି ତାରିକାରି ରହିଛି ।

ହେଲେ ତାଲିକାରୁ ବାଦ୍‌ ପଡ଼ିଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍‌ । ବିଧାୟକ ମହମ୍ମଦ ମୋକିମଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ପ୍ରକାଶ ପାଇନଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.