ଫୁଲବାଣୀ : ଆଜି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇଛନ୍ତି । ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକରେ ଶ୍ରୀ ସାମନ୍ତ ଯୋଗଦେବା ସହ ଏହାର ସଫଳ ଆୟୋଜନ ନେଇ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ମହିଳା ସଭାପତି ପୁନମ କହଁର, ଯୁବ ବିଜେଡ଼ି ସଭାପତି ବିଷ୍ଣୁ ମଲ୍ଲିକ, ଛାତ୍ର ବିଜେଡ଼ି ସୁନୀଲ୍ ସେଠି, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀଙ୍କ ସମେତ ଦଳର ବହୁ ଛାମୁଆ କର୍ମୀ ଉପସ୍ଥିତ ଥିଲେ । ପରେ ଫିଫା ଫୁଟବଲ୍ ଫର୍ ସ୍କୁଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସାମନ୍ତ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ବିଧାୟକ ଅଙ୍ଗଦ କହଁର ଓ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଉପସ୍ଥିତିରେ ଜିଲ୍ଲାର ସମସ୍ତ ଉଚ୍ଚବିଦ୍ୟାଳୟକୁ ଫୁଟବଲ୍ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଫୁଟ୍ବଲ୍ ସମେତ ଅନ୍ୟାନ୍ୟ ଖେଳ ଖେଳିବା ପାଇଁ ଶ୍ରୀ ସାମନ୍ତ ଉତ୍ସାହିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ କିଭଳି ପ୍ରାଧାନ୍ୟ ଦେଉଛନ୍ତି ସେ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କ୍ରୀଡ଼ା ଶିକ୍ଷକମାନେ ଉପସ୍ଥିତ ଥିଲେ ।
ଏହା ଛଡ଼ା ସାଂସଦ ଶ୍ରୀ ସାମନ୍ତ ଫୁଲବାଣୀ ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ବିଧାୟକ ଅଙ୍ଗଦ କହଁର, ପଞ୍ଚାୟତ ସମିତି ଅଧ୍ୟକ୍ଷ ସସ୍ମିତା କହଁର, ଉପାଧ୍ୟକ୍ଷ ଶ୍ରୀନିବାସ ମଲ୍ଲିକ, ବିଡ଼ିଓ ପ୍ରବୀଣ କୁମାର ବାଣୁଆଙ୍କ ସମେତ ପଞ୍ଚାୟତ ସମିତି ସଦସ୍ୟମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଏସବୁର ସୁଫଳ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସାଂସଦ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ ।ପରେ ବୌଦ୍ଧଠାରେ ଅକ୍ଟୋବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ତଃ ବିଦ୍ୟାଳୟ ବାଳିକା ଫୁଟବଲ୍ ନିମନ୍ତେ ବିଭିନ୍ନ ବିଦ୍ୟାଳୟକୁ ଫିଫା ଫୁଟବଲ୍ ଫର ସ୍କୁଲ୍ କାର୍ଯ୍ୟକ୍ରମରେ ଫୁଟବଲ୍ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post