ନବରଂଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ବସସେବାର ଶୁଭାରମ୍ଭ

ନବରଂଗପୁର : ଆଜି ସ୍ଥାନୀୟ ଓ.ଏସ.ଆର୍.ଟି.ସି ବସ୍ ଡିପୋ ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ଭଲଭୋ ଅତ୍ୟାଧୁନିକ ବସ ସେବା ର ଶୁଭାରମ୍ଭ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ପତାକା ଦେଖାଇ ବସ ଯାତ୍ରା ର ଶୁଭାରମ୍ଭ କରିଛନ୍ତି। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତ୍ରା ଯୋଗ ଦେଇଥିଲେ।ଏହି ବସ ସେବା ଯୋଗୁଁ ନବରଙ୍ଗପୁର, ଜୟପୁର,କୋରାପୁଟ ଅଂଚଳର ଅନେକ ଯାତ୍ରୀ , ବ୍ୟବସାୟୀ ଲାଭବାନ ହେବେ ଓ ଆରାମଦାୟକ ଯାତ୍ରା କରିପାରିବେ।ଏଥିରେ ପୁରୁଷ ଯାତ୍ରୀ ୧୨୭୮ ଟଙ୍କା ଏବଂ ମହିଳା ଯାତ୍ରୀ ୬୩୯ ଟଙ୍କା ( ୫୦% ପ୍ରତିଶତ କମ)ରେ ଯାତ୍ରା କରିପାରିବେ। ଏହି ବସ ନବରଙ୍ଗପୁର ଠାରୁ ଅପରାହ୍ନ ଘ୩.୩୦ ମି ସମୟରେ ବାହାରି ବୋରିଗୁମ୍ମା ,ଜୟପୁର,କୋରାପୁଟ,ବିଶାଖାପାଟଣା ଦେଇ ବିଜୟୱାଡ଼ା ରେ ସକାଳ ଘ୮.୦୦ ଣ୍ଟା ସମୟରେ ପହଞ୍ଚିବ ଏବଂ ବିଜୟୱାଡ଼ା ରୁ ଅପରାହ୍ନ ଘ୩.୧୫ ମି ସମୟରେ ବାହାରି ନବରଙ୍ଗପୁର ସକାଳ ଘ୫.୦୦ମି ସମୟରେ ପହଞ୍ଚିବ।ଏହି ଶୁଭାରମ୍ଭ ଉତ୍ସବରେ ନବରଙ୍ଗପୁର ଡି ଟି ଏମ ସନ୍ତୋଷ କୁମାର ନାୟକ, ଏ ଟି ଏମ ଶୁଭମ୍ କର ଜୟପୁର ଡି ଟି ଏମ ଶ୍ରୀନିବାସ ପାଣିଗ୍ରାହୀ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଙ୍କ ସମେତ ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.