ବଜ୍ରପାତରେ ୧୧ ଗାଈ ଗୋରୁ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଫଳରେ ଯାନବାହାନ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l ଆଜିର ବଜ୍ରପାତରେ ୧୧ ଗାଈ ବଳଦ ମୃତ ହୋଇଛି l ସୁଚନା ଅନୁସାରେ ଫୁଲବାଣୀ ବ୍ଲକର ବିଶିପଡ଼l ପଞ୍ଚାୟତର ମାଝି ପଦର ଗ୍ରାମର ଦେହୁରୀ ସାହି ନିକଟସ୍ଥ ବିଲରେ ଗାଈ ଓ ବଳଦ ଚରୁଥିବା ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା l ବର୍ଷା ହେବା ଯୋଗୁଁ ବିଲରେ ଚରୁଥିବା ଗାଈ ପଲ୍ଲ ପାଖରେ ଥିବା ତେନ୍ତୁଳି ଗଛ ତଳେ ଆଶ୍ରୟ ନେବାକୁ ଚାଲି ଆସିଥିଲେ ହଠାତ୍ ସେହି ଜାଗାରେ ବଜ୍ର ପାତ ହୋଇଥିଲା ଯାହାଫଳରେ ଗଛତଳେ ଆଶ୍ରୟ ନେଇଥିବା ୧୧ ଗାଈ ଓ ବଳଦ ପଲ୍ଲଙ୍କ ମୃତ ହୋଇଥିଲା l ଗ୍ରାମବାସୀ ବର୍ଷା ଛାଡ଼ିବା ପରେ ଘଟଣା ସ୍ଥଳରେ ପହଞ୍ଚି ଦେଖିଲେ ୧୧ ଟି ଗାଈ ଓ ବଳଦ ମରି ପଡିଥିବାର ଦେଖିବାକୁ ପାଇ ଥିଲେ lଏଭଳି ଘଟଣା ଦେଖି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଗୋପାଳନ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଅଞ୍ଚଳବାସୀଙ୍କ ସମେତ ସାମ୍ବାଦିକ ତଥା ଯୁବ ସମାଜସେବୀ କୁନାଙ୍କ ତରଫରୁ ଦାବି ହୋଇଛି l

nis-ad
Leave A Reply

Your email address will not be published.