ଦାରିଙ୍ଗବାଡ଼ି ରେ ଗଜଲଷ୍ମୀ ପୂଜା ପାଳନ

ଦାରିଙ୍ଗବାଡ଼ି (୧୧/୧୦) : ଦାରିଙ୍ଗବାଡ଼ି ଅଞ୍ଚଳରେ ଧୁମଧାମରେ ଗଜଲଷ୍ମୀ ପୂଜା ପାଳିତ ହେଉଛି। ଦାରିଙ୍ଗବାଡ଼ି ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଏଠାରେ ପୂଜା ଅନୁଷ୍ଠିତ ହେଉଛି। ରଙ୍ଗିନୀ ଆଲୋକମାଳାରେ ପୂଜା ମଣ୍ଡପ ସୁସଜିତ ହୋଇଥିବା ବେଳେ ଗତ ରବିବାର ଦିନ ଠାରୁ ପୂଜା ଆରମ୍ଭ ହୋଇ ୯ ଦିନ ଧରି ପୁଜା ଅର୍ଚ୍ଚନା ହେବ ବୋଲି ଜଣାପଡ଼ିଛି। ଆଖପାଖରୁ ବହୁ ଶ୍ରଦ୍ଧାଳୁ ସମାଗମ ହେଉଛି। କମିଟି ସଭାପତି ବଇଁଶି ସାହୁ, ସମ୍ପାଦକ ପ୍ରଦୀପ ସାହୁ ସମେତ ସମସ୍ତ ସଦସ୍ୟମାନେ ସହଯୋଗ କରୁଛନ୍ତି।

nis-ad
Leave A Reply

Your email address will not be published.