ମୁକୁଳିଛନ୍ତି ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ

ନୂଆଦିଲ୍ଲୀ : ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ ଏବେ ମୁକୁଳି ଛନ୍ତି ଏବଂ ପର୍ଯ୍ୟାୟକ୍ରମେ ଭାରତ ଫେରୁଛନ୍ତି। ତାମିଲନାଡ଼ୁ ମନ୍ତ୍ରୀ କେଏସ୍‌ ମସ୍ଥାନ ଗତ ମଙ୍ଗଳବାର ଦିନ ଚେନ୍ନାଇରେ ମିଆଁମାରରୁ ଫେରିଥିବା କିଛି ଭାରତୀୟଙ୍କୁ ସ୍ବାଗତ କରିଥିଲେ। ସେମାନେ ଆଇଟି ଚାକିରି ନାଁରେ ମିଆଁମାରରେ ପଣବନ୍ଦୀ ହୋଇଥିଲେ। ସେମାନଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଉଥିଲା ଏବଂ ବେଆଇନ କାର୍ଯ୍ୟରେ ଲଗାଯାଉଥିଲା। କିନ୍ତୁ ମିଆଁମାର ସେନାର ସହଯୋଗରେ ପଣବନ୍ଦୀ ଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସମ୍ଭବ ହୋଇଛି। ସେମାନଙ୍କୁ ମିଆଁମାରରେ ପଣବନ୍ଦୀ ରଖି ସାଇବର ଅପରାଧରେ ସମ୍ପୃକ୍ତ କମ୍ପାନିରେ କାମ କରିବାପାଇଁ ବାଧ୍ୟ କରାଯାଉଥିଲା। ଭାରତ ଫେରିଥିବା ସି ‌ଷ୍ଟିଫେନ ୱେ‌ସଲେ ତାଙ୍କ ଦୁର୍ଦ୍ଦଶା ବଖାଣିଛନ୍ତି। ୱେସଲି କହିଛନ୍ତି, ଅଗଷ୍ଟ ୧୫ରେ ତାଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତି ମିଳିଲା। ଯେଉଁ ଅଫିସରେ ତାଙ୍କୁ ପଣବନ୍ଦୀ ରଖାଯାଇଥିଲା ସେହି ‌ଅଫିସରେ ମିଆଁମାର ସେନା ପଶି ତାଙ୍କୁ ଉଦ୍ଧାର କରିବାପରେ ସେ ଆଶ୍ବସ୍ତ ହୋଇଥିଲେ। କୋଏମ୍ବାଟୁରର ୨୯ ବର୍ଷୀୟ ଇଂଜିନିୟର ୱେସ୍‌ଲିଙ୍କ ସମେତ ତାମିଲନାଡୁର ମୋଟ୍‌ ୧୩ ଜଣଙ୍କୁ ସାଇବର ଅପରାଧ ରୢାକେଟ୍‌ କବଳରୁ ଉଦ୍ଧାର କରାଯାଇଛି।

ଷ୍ଟିଫେନ ୱେସଲିଙ୍କ ଦୁର୍ଦ୍ଦଶା ୩ ମାସ ପୂର୍ବେ ଆରମ୍ଭ ହୋଇଥିଲା। ଷ୍ଟିଫେନ ବେଙ୍ଗାଲୁରୁରେ ଜଣେ ଗ୍ରାଫିକ ଡିଜାଇନରଭ ଭାମେ କାମ କରୁଥିଲେ। କରୋନା ମହାମାରୀ ପରେ ସେ ୨୦୨୦ ଜୁଲାଇରେ କୋଏମ୍ବାଟୁରରେ ଫ୍ରିଲାନ୍ସ କନସଲଟାଣ୍ଟ୍‌ ଭାବେ କାମ କଲେ। ଚଳିତ ବର୍ଷ ଜୁଲାଇରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଏକ ନିଯୁକ୍ତି ସଂସ୍ଥା ବିଷୟରେ ଅବଗତ କରିଥିଲେ। ନିଯୁକ୍ତି ସଂସ୍ଥା ଦ୍ବାରା ସେ ଥାଇଲାଣ୍ଡରେ ଚାକିରି ପାଇବା ପାଇଁ ଦୁବାଇରେ ଇଣ୍ଟରଭ୍ୟୁ ଦେଇଥିଲେ। ଜଣେ ମହିଳାଙ୍କ ସମେତ ମୋଟ୍‌ ୭ ଜଣଙ୍କର ଇଣ୍ଟରଭ୍ୟୁ ନିଆଯାଇଥିଲା। ସମସ୍ତଙ୍କୁ ଥାଇଲାଣ୍ଡ୍‌ର ଏକ କମ୍ପାନି ପାଇଁ ମନୋନୀତ କରାଯାଇଥିବା ଅବଗତ କରାଯାଇଥିଲା। ଷ୍ଟିଫେନଙ୍କ ସମେତ ମୋଟ୍‌ ୭ ଜଣ ଦୁବାଇରେ ପ୍ରାୟ ୧୫ ଦିନ ରହିଥିଲେ। ଏହାପରେ ସେମାନେ ଦୁବାଇରୁ ବ୍ୟାଙ୍କକ୍‌ ଯାଇଥିଲେ। ସେମାନଙ୍କ ନିକଟରେ ଭିସା ନଥିଲା। ଥାଇଲାଣ୍ଡ ବିମାନବନ୍ଦରରେ ପହଞ୍ଚିବା ପରେ କିଛି ସ୍ଥାନୀୟ ଲୋକ ସେମାନଙ୍କୁ ବିମାନବନ୍ଦରରୁ ନେଇଥିଲେ। ଏହାପରେ ସେମାନଙ୍କୁ ସେଠାରେ ଭିସା ମିଳିଥିଲା।

ବିମାନବନ୍ଦରରୁ ସେମାନଙ୍କୁ ୨ଟି ଟାକ୍ସିରେ ମାଏ ସଟ୍‌ ନିଆଯାଇଥିଲା। ମାଏ ସଟ୍‌ ବ୍ୟାଙ୍କକ୍‌ଠାରୁ ୪୫୦ କିମି ଦୂର। ମଝି ରାସ୍ତାରେ ଟାକ୍ସିରୁ ଆମକୁ ଓହ୍ଲାଇ ୨ଟି ଟ୍ରକ୍‌ରେ ବସାଯାଇଥିଲା। ଆମକୁ ଏକ ଜଙ୍ଗଲ ରାସ୍ତାରେ ନିଆଯାଇଥିଲା ଏବଂ ଏକ ନଦୀ ନିକଟରେ ଗାଡ଼ି ରଖାଯାଇଥିଲା। ଏହାପରେ ଆମେ ଏକ ବୋଟ୍‌ ଦ୍ବାରା ନଦୀ ପାର କଲୁ। ନଦୀ ପାର୍‌ କରିବାପରେ ସେନା ପୋଷାକରେ ଥିବା ୨ ଜଣ ବ୍ୟକ୍ତି ଆମକୁ ନେଇଥିଲେ। ସେମାନେ ଆମକୁ ତଳେ ଆଣ୍ଠେଇ ଆମ ପାସପୋର୍ଟ ଫଟୋ ନେଇଥିଲେ। ଏହାପରେ ଅନ୍ୟ ଏକ ଗାଡ଼ିରେ ଆମକୁ ନିକଟସ୍ଥ ଏକ ଅଫିସ ନିଆଯାଇଥିଲା। ସେମାନଙ୍କୁ ସେଠାରେ ଗୋଟିଏ ବର୍ଷିକିଆ ଚୁକ୍ତିରେ ସ୍ବାକ୍ଷର ପାଇଁ ବାଧ୍ୟ କରାଯାଇଥିଲା। ଆମ ପାସପୋର୍ଟ ନେଇ ଆମକୁ କାମ ସମ୍ପର୍କରେ ବୁଝା ଯାଇଥିଲା। ଏହାପରେ ହିଁ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା। ଆମେ ଜାଣିପାରିଲୁ ଯେ ଏହି କମ୍ପାନି କ୍ରିପ୍ଟୋକରେନ୍ସି ଦୁର୍ନୀତି‌ ଓ ବିଭିନ୍ନ ସାଇବର ଅପରାଧରେ ସାମିଲ। ପ୍ରତି କର୍ମଚାରୀଙ୍କୁ ଏକ ଟା‌ର୍ଗେଟ୍‌ ଦିଆଯାଉଥିଲା। ଯଦି ଟାର୍ଗେଟ୍‌ ପୂରଣ ହେଉନଥିଲା ତେବେ ସେମାନଙ୍କୁ ଇଲେକ୍ଟ୍ରିକ ସକ୍‌ ଦିଆଯାଉଥିଲା। ମିଆଁମାର ସେନା ସେମାନଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଏତିକିରେ ସେମାନଙ୍କ ଦୁର୍ଦ୍ଦଶା ସରିନଥିଲା। ସେମାନଙ୍କୁ ଜେଲ୍‌ରେ ବି ରହିବାକୁ ପଡ଼ିଛି। ବହୁ ସଂଘର୍ଷ ପରେ ସେମାନେ ଭାରତ ଫେରିଛନ୍ତି।

nis-ad
Leave A Reply

Your email address will not be published.