୨୦୩୦ ସୁଦ୍ଧା ଶୂନ୍ୟ ଅଙ୍ଗାରକ ନିର୍ଗମନକାରୀ ହେବ ଭାରତୀୟ ରେଳ

ଭୁବନେଶ୍ବର : ଭାରତ ସରକାର, ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନ (ଏନ୍‌ଡିସି)ର ଅଂଶ ଭାବେ ନିର୍ଗମନର ତୀବ୍ରତାରେ ୩୩% ହ୍ରାସ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯେଉଁଥିରେ ପରିବହନ କ୍ଷେତ୍ର ଅନ୍ୟତମ। ଭାରତୀୟ ରେଳ ୨୦୩୦ ସୁଦ୍ଧା ନିଜର କାର୍ବନ ପଦଚିହ୍ନକୁ ଧୀରେ ଧୀରେ କମ୍ କରି ଶୁଦ୍ଧ ଶୂନ୍ୟ କାର୍ବନ ନିର୍ଗମନକାରୀ ହେବା ନିମନ୍ତେ ଯୋଜନା କରିଛି। ଭାରତୀୟ ରେଳ ମୁଖ୍ୟତଃ ନବୀକରଣୀୟ ଶକ୍ତି ଉତ୍ସ ଦ୍ୱାରା ନିଜର ଶକ୍ତି ଆବଶ୍ୟକତାଗୁଡ଼ିକୁ ଆହରଣ ମାଧ୍ୟମରେ ନିଜର କାର୍ବନ୍ ପଦଚିହ୍ନକୁ କମ୍ କରିବା ନିମନ୍ତେ ପ୍ରୟାସ କରିବ । ୨୦୨୯ – ୩୦ ସୁଦ୍ଧା ନବୀକରଣୀୟ ଶକ୍ତି ସ୍ଥାପନ ଆଶା କରାଯାଉଥିବା ଆବଶ୍ୟକତା ପ୍ରାୟ ୩୦ ଜିଡବ୍ଲ୍ୟୁ ହେବ । ଭାରତୀୟ ରେଳ ଅଗଷ୍ଟ, ୨୦୨୨ ସୁଦ୍ଧା ୧୪୨ ମେଗା ୱାଟ୍ ସୌର ଛାତ କ୍ଷମତା ଏବଂ ୧୦୩.୪ ମେଗା ୱାଟ୍ ପବନ ଶକ୍ତି ସ୍ଥାପିତ କରିଛି।

ଶୁଦ୍ଧ ଶୂନ୍ୟ ନିର୍ଗମନକାରୀ ହେବା ନିମନ୍ତେ ଅନ୍ୟ ରଣନୀତି ଗୁଡିକ ମଧ୍ୟରେ ନିଜର ମାର୍ଗ ଗୁଡିକର ବିଦ୍ୟୁତୀକରଣର ବହୁମୁଖୀ ଦୃଷ୍ଟିକୋଣ, ଡିଜେଲରୁ ବିଦ୍ୟୁତ୍ ଟ୍ରାକ୍ସନକୁ ସ୍ଥାନାନ୍ତରଣ, ଶକ୍ତି କ୍ଷମତାକୁ ବୃଦ୍ଧି କରିବା, ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ନିର୍ମାଣ, ରେଳ ପ୍ରତିଷ୍ଠାନଗୁଡିକୁ ସବୁଜ ପ୍ରମାଣୀକରଣ ଇତ୍ୟାଦି ସାମିଲ୍ ଅଛି। ଭାରତୀୟ ରେଳ ୬୫,୧୪୧ କିଲୋମିଟର (୮୦ .୬୧%) ରାସ୍ତାର ସମୁଦାୟ ବ୍ୟବସ୍ଥା ନେଟୱର୍କ ମଧ୍ୟରୁ ୫୨, ୫୦୮ କିଲୋମିଟର ରାସ୍ତାର ବିଦ୍ୟୁତୀକରଣ କରିଛି।୧୦୦% ବିଦ୍ୟୁତୀକରଣ ସହିତ, ବିଦ୍ୟୁତ୍‌ର ଚାହିଦା ୨୦୧୯ – ୨୦ ରେ ୨୧ ବିୟୁରୁ ବୃଦ୍ଧି ପାଇ ୨୦୨୯ -୩୦ ସୁଦ୍ଧା ପ୍ରାୟ ୭୨ ବିୟୁ ହୋଇଯିବ । ଚିରାଚରିତ ରୀତିରେ ବ୍ୟବସାୟ ଅନୁସାରେ ୨୦୨୯ – ୩୦ ସୁଦ୍ଧା କାର୍ବନ ନିର୍ଗମନ ୬୦ ମିଲିୟନ୍ ଟନ୍ ହେବ ବୋଲି ଅନୁମାନ କରାଯାଉଛି, ଯାହା ଭାରତୀୟ ରେଳ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉପାୟଗୁଡିକ ଦ୍ୱାରା ଧାର୍ଯ୍ୟ କରାଯିବ।

ରେଳ ଷ୍ଟେସନ୍‌, ଟ୍ରେନ୍ ଏବଂ ରେଲୱେ କଲୋନୀ ଇତ୍ୟାଦିରେ କାର୍ଯ୍ୟାନ୍ୱୟନ ନିମନ୍ତେ ସମସ୍ତ କ୍ଷେତ୍ରୀୟ ରେଲୱେ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକରେ ଜଳ ନୀତି ୨୦୧୭ ଲାଗୁ କରା ଯାଇଛି । ଏହା ଭାରତ ସରକାରଙ୍କ ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନର ଅଂଶ ରୂପରେ ୨୦୨୦ ପର୍ଯ୍ୟନ୍ତ ଜଳର ବ୍ୟବହାରରେ ୨୦%ର ହ୍ରାସ ଲକ୍ଷ୍ୟକୁ ହାସଲ କରିବାର ସାମଗ୍ରିକ ପ୍ରୟାସ ଗୁଡିକର ଏକ ଅଂଶ । ଏହି ନୀତିର ମୁଖ୍ୟ ଊଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ଚାହିଦା ଏବଂ ଯୋଗାଣ ପରିଚାଳନା ଦ୍ୱାରା ଜଳ ବ୍ୟବହାର ଦକ୍ଷତାରେ ପରିବର୍ତ୍ତନ ଆଣିବା, ଦକ୍ଷ ଜଳ ପ୍ରଣାଳୀ ସ୍ଥାପିତ କରିବା ଏବଂ ରେଳ ବିଭାଗର ଜମି ଉପରେ ଜଳ ପୁନଃଚକ୍ରଣ ବ୍ୟବସ୍ଥାକୁ ସ୍ଥାପିତ କରିବା । ରେଳ ବିଭାଗ ଦ୍ୱାରା ଖାଲି ପଡିଥିବା ରେଲୱେ ଜମି ଏବଂ ସ୍ଥାନ ମଧ୍ୟରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରାଯାଉଛି। ବର୍ଜ୍ୟ ପରିଚାଳନା ନିମନ୍ତେ ୨୫୦ରୁ ଅଧିକ ଷ୍ଟେସନରେ ଆବର୍ଜନା ଗୁଡିକରୁ ଶକ୍ତି, ଖତ, ଜୈବ ଗ୍ୟାସ୍ ପ୍ଲାଣ୍ଟ ଓ ସାମଗ୍ରୀ ପୁନରୁଦ୍ଧାର ବ୍ୟବସ୍ଥା ସ୍ଥାପିତ କରାଯାଇଛି।

nis-ad
Leave A Reply

Your email address will not be published.